ରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା, ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ । ଛାତିରେ ଯନ୍ତ୍ରଣୀ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ସକାଳେ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ଆର୍ମି ହସ୍ପିଟାଲକୁ ତୁରନ୍ତ ନିଆଯାଇଥିଲା ।

ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ଅବଜରଭେସନରେ ରଖାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାଷ୍ଟ୍ରପତିଙ୍କ ଚିକିତ୍ସା  ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି ଆର୍ମି ହସ୍ପିଟାଲ ।

ଗତ କିଛିଦିନ ତଳେ ରାଷ୍ଟ୍ରପତି ଆର୍ମି ହସ୍ପିଟାଲରେ କୋଭିଡ ଭ୍ୟାକ୍ସିନ ନେଇଥିଲେ । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ମଧ୍ୟ ଦେଇଥିଲେ ରାଷ୍ଟ୍ରପତି କୋବିନ୍ଦ । ସେହିପରି ରାଷ୍ଟ୍ରପତି ନିକଟରେ ଅର୍ଥାତ ମାର୍ଚ୍ଚ ୨୧ ତାରିଖରେ ଓଡିଶା ଗସ୍ତରେ ଆସିଥିବା ବେଳେ ପୁରୀ ଆସି ଜକଗନ୍ନାଥଙ୍କୁ ଦର୍ଶନ କରି ଫେରିଥିଲେ ।

Leave a Reply