ସମ୍ପ୍ରତି କୋଭିଡ ଅନୁରୂପ ବ୍ୟବହାର ପାଳନ କରିବା ରାଷ୍ଟ୍ରଧର୍ମ: ରାଷ୍ଟ୍ରପତି

ନୂଆଦିଲ୍ଲୀ:ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କୋଭିଡ୍ ଟିକାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶର ଲୋକମାନେ ଶ୍ରେୟର ହକଦାର ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

କରୋନା ମହାମାରୀ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମାନବଜାତିର ସେବା କରିଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ହକଦାର । ଅନ୍ୟପକ୍ଷରେ କୋଭିଡକୁ ହରାଇବା ପାଇଁ କୋଭିଡ ଅନୁରୂପ ବ୍ୟବହାର ପାଳନ କରିବାକୁ  ରାଷ୍ଟ୍ରଧର୍ମ ଭାବେ ଅଭିହିତ କରିଛନ୍ତି ରାଷ୍ଟ୍ରପତି । ଦେଶର ଯବାନମାନେ ଅତ୍ୟନ୍ତ କଠିନ ପରିସ୍ଥିତି, ପ୍ରବଳ ଥଣ୍ଡା, ତତଲା ମରୁଭୂମିରେ ସେମାନେ ନିଜର ପରିବାରଠାରୁ ଦୂରରେ ରହି ଦେଶମାତୃକାର ସେବା କରୁଛନ୍ତି । ଆମର ସୈନ୍ୟ ଓ ସୁରକ୍ଷାବଳ ଦେଶର ଟେକ ରଖିପାରିଛନ୍ତି । ସେମାନଙ୍କ ଯୋଗୁଁ ଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି ।

ନିଜର ଏହି ଅଭିଭାଷଣରେ ରାଷ୍ଟ୍ରପତି ଗତ ଡିସେମ୍ବର ମାସରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ  ।  ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବାତ, ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ପ୍ରାଣ ହରାଇଥଲେ । ଅଲିମ୍ପିକ୍ସରେ ଆମ କ୍ରୀଡ଼ାବିତ ପାରଦର୍ଶିତା ଦେଖାଇଛନ୍ତି। ୟଙ୍ଗ ଚମ୍ପିୟନଙ୍କ ଆତ୍ମବିଶ୍ୱାସ କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଦେଇଛି।

Leave a Reply