spot_img

Latest Posts

ଭାରତୀୟ ନୌସେନା ଦିବସ : କେରଳ ଥିରୁବନନ୍ତପୁରମ ସ୍ଥିତ ଶାଙ୍ଗୁମୁଘାନରେ ରିହରସାଲ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତୀୟ ନୌସେନା ଦିବସ। ଏହି ଅବସରରେ କେରଳ ଥିରୁବନନ୍ତପୁରମସ୍ଥିତ ଶାଙ୍ଗୁମୁଘାନରେ ହେବ ରଙ୍ଗାରଙ୍ଗ ଶୋ। ଏହି ଶୋରେ ଭାଗ ନେବେ ବହୁ ଲଢୁଆ ଜାହାଜ ଓ ବିମାନ। ଗତକାଲି ନୌସେନା ଦିବସ ପାଳନ ପୂର୍ବରୁ ସମୁଦ୍ରରେ ଦମ୍ ଦେଖାଇଥିଲା ନୌସେନା। ଏହାର ସାମର୍ଥ୍ୟ, ପ୍ରଯୁକ୍ତିଗତ ଶକ୍ତି, ସାମୁଦ୍ରିକ ନିରାପତ୍ତା ନେଇ ଅଙ୍ଗୀକାରକୁ ନେଇ ପାଳନ ହେବ ଦିବସ। ଏହା ସହ ୧୯୭୧ ଯୁଦ୍ଧକୁ ନୌସମରାଭ୍ୟାସରେ ଫୋକସ କରାଯାଇଛି।

ନୌସେନା ଦିବସ ଅବସରରେ ନୌସେନା ନିଜର ରଣକୌଶଳ ପ୍ରଦର୍ଶିତ କରିବ। ରିହରସାଲରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ମହାସାଗରରେ ଭାରତର ସାମୁଦ୍ରିକ ନିରାପତ୍ତା ରକ୍ଷାକୁ ଫୋକସ ଦିଆଯାଇଛି। ୧୯୭୧ ଡିସେମ୍ବର ୪ରେ ପାକିସ୍ତାନ ବିରୋଧରେ ହୋଇଥିଲା ଅପରେସେନ ଟ୍ରାଇଡେଣ୍ଟ। ଏହି ଅପରେସନରେ ଭାରତୀୟ ନୌସେନାର ମିସାଇଲ ବୋଟ ପାକିସ୍ତାନର କରାଚୀ ବନ୍ଦର ଉପରେ କରିଥିଲେ ଜବରଦସ୍ତ ହମଲା। ଏହା ସହ ଆଇଏନଏସ ବିକ୍ରାନ୍ତ ପକ୍ଷରୁ ଚିଟ୍ଟୋଗଙ୍ଗ ଓ ଖୁଲନା ଉପରେ ବି ହମଲା କରାଯାଇଥିଲା। ଏହି ଅବସରରେ ନୌସେନାର ଯୁଦ୍ଧ ଜାହାଜ, ଲଢୁଆ ବିମାନ ଆଦି ନିଜର ରଣକୌଶଳ ପ୍ରଦର୍ଶନ କରିବେ।

Latest Posts

Don't Miss