ନନ୍ଦିଘୋଷ ବ୍ୟୁରୋ: ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସ୍ୱାଧିନତା ସଂଗ୍ରାମୀ ରମାଦେବୀଙ୍କ ସ୍ମୃତି ଚାରଣ କରିବା ସହ ଅଧ୍ୟୟନ ବେଳର ସ୍ମୃତିକୁ ମନେ ପକାଇଛନ୍ତି  । କହିଛନ୍ତି ଆଜି ମୋତେ ଔପଚାରିକ ଦୃଷ୍ଟିରୁ ଭିନ୍ନ ରାସ୍ତାରେ ଆସିବାକୁ ପଡିଲା  । କିନ୍ତୁ ମୁଁ ସେଦିନ ରାସ୍ତାକୁ ଭୁଲି ପାରୁନି  ।  ସେତେବେଳେ ଡ୍ରେସକୋଡ ନଥିଲା  । ସେତେବେଳେ  ମାତ୍ର ଏକ ମହାବିଦ୍ୟାଳୟ ଥିଲା  । ମୁଖ୍ୟ ଶାସନ ସଚିବଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଝିଅ  । ସମସ୍ତେ ଏକାଠି ପଢୁଥିଲୁ  । ବାର୍ତ୍ତାଳପରେ କିମ୍ବା ଭେଦଭାବର କୌଣସି ବାସ୍ନା ନଥିଲା  । ସତେ ଲାଗୁଥିଲା ଯେମିତି ଦୁର୍ଗମ ପଲିରୁ ସୁଗମ ରାଜଧାନୀର ରାସ୍ତା  । ମୁଁ ଯଦି ମୋ ବିଶ୍ୱ ବିଦ୍ୟାଳୟର କଥା କହିବି ତେବେ ଦୁଇ ଘଣ୍ଟା ହୋଇଯିବ  । ଶେଷରେ ପ୍ରୋଟୋକଲ ସରିଯିବ ବୋଲି କହିଛନ୍ତି ରାଷ୍ଟ୍ରପତି  ।

ରମାଦେବୀ ନାରୀ ଜାତିର ନେତୃତ୍ୱ ।  ସୁପ୍ରସିଦ୍ଧ ଶିକ୍ଷା ଅନୁଷ୍ଠାନରେ ପାଦଦେବା କ୍ଷଣି ଅତୀତ ମନସ୍କ ହୋଇ ପଡୁଛି  । ସେତେବେଳେ ମଧ୍ୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଥିଲା  । ମନେ ପଡୁଛି ମୋ ଛାତ୍ର ଜୀବନର କଥା  । ସେ ପୁରୁଣା କ୍ୟାଣ୍ଟିନ ଏବେ ଅଛିକି ନାହିଁ ଜାଣିନି  । ପାଚିରୀ ପାଖରେ ଠିଆ ହୋଇଥିବା ଠେଲା ଗାଡି ପାଖରେ ମୁଁ ଖାଉଥିଲି  । ଭୁବନେଶ୍ୱର ଠାରୁ ଅନତି ଦୂରରେ ମୋର ଜନ୍ମ  । ଚାରିବର୍ଷ ମୁଁ ଏଠାରେ ପଢିଛି  । ମୋ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଭଲ ପାଇବା ଆଶୀର୍ବାଦ ମୋତେ ବଡ଼ କରିଛି  । ନିଜର ପ୍ରାକ୍ତନ ଅଧ୍ୟାପିକାଙ୍କ ସ୍ମୃତି ଚାରଣ କଲେ ମହାମହିମ  ।

ବିଣାପାଣି ମହାନ୍ତି ,  ସକୁନ୍ତଳା ମ୍ୟାଡାମଙ୍କ କଥାକୁ ମନେ ପକାଇଛନ୍ତି  । ଯେତେବେଳେ ଏହି ରାସ୍ତା ଦେଇ ଯାଇଛି ପିଲା ମାନଙ୍କୁ ମୋ କଲେଜ ବିଷୟରେ କହିଛି  । ଯେତେବେଳେ କହିବାକୁ ଭୁଲି ଯାଇଛି, ମୋ ପିଲାମାନେ ମନେ ପକାଇ ଦିଅନ୍ତି  । ସାହିତ୍ୟ, ସଂସ୍କୃତି ଠାରୁ ଇତିହାସ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ନେତୃତ୍ୱ ରହିଛି  । ଭାରତର ବିଭିନ୍ନ ପ୍ରାନ୍ତରେ ନାରୀ ମାନେ ଶାସିକା ହୋଇଛନ୍ତି  । କସ୍ତୁରିବା , ସରୋଜାନି ନାଇଡୁଙ୍କ ଠାରୁ ରମାଦେବୀଙ୍କ ପର୍ଯ୍ୟନ୍ତ  । ନେତାଜୀଙ୍କ ଆଜଦ ହିନ୍ଦୀ ଫୌଜରେ ମଧ୍ୟ ନାରୀ ମାନଙ୍କ ନେତୃତ୍ୱ ରହିଥିଲେ  । ଓଡିଶାର ସ୍ୱାଧନତା ସଭାରେ ମାଳତୀ ଦେବୀଙ୍କ ନେତୃତ୍ୱରେ ୧୫ ଜଣ ମହିଳା ସଦସ୍ୟ ରହିଥିଲେ  ।

ସଂଗୀତ, ଶିକ୍ଷା, ସମାଜସେବା, ବିଜ୍ଞାନ, ଅଭିନୟ, କଳା, ସାହିତ୍ୟ, ସଂସ୍କୃତି ପ୍ରତିଟି ଦିଗରେ ଉଦାହାରଣ ସାଜିଥିବା ମହିଳାଙ୍କ ସ୍ମୃତି ଚାରଣ କରିଛନ୍ତି ମହାମହିମ ରାଷ୍ଟ୍ରପତି  । ବର୍ତ୍ତମାନ ଝିଅ ମାନେ ପୁଅ ମାନଙ୍କ ସାଥିରେ ପାଦରେ ପାଦ ଦେଇ ବାଟ ଚାଲୁଛନ୍ତି  । ବିମାନ ଉଡାଇବା ଠାରୁ ପ୍ରଶାସକ ପର୍ଯ୍ୟନ୍ତ  । କେଳ କୁଦରେ ଭାରତର ମହିଳା ବିଶ୍ୱରେ ବିଜୟ ବାନା ଉଢାଉଛନ୍ତି  । ମିଶାଇଲ ମ୍ୟାନ କେସି ଟୋମାସଙ୍କ ପାଇଁ ମଙ୍ଗଳଯାନ ଚର୍ଚ୍ଚାର ବିଷୟ  । ଏହା ପଛରେ ନାରୀ ବୈଜ୍ଞାନିକଙ୍କ ଭୂମିକା ରହିଛି  । ଟୋକିଓ ଅଲିମ୍ପିକ ଠାରୁ ପାରା ଅଲିମ୍ପିକ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମହିଳା ଦେଖାଇଛନ୍ତି ପାରଦର୍ଶିକତା  ।

ଶ୍ରାବଣୀ ନନ୍ଦଙ୍କୁ ପ୍ରଶଂସା କରିଛନ୍ତି, କ୍ୟାପଟେନ ଜୋସ୍ନା ମିଶ୍ର, ଦମୟନ୍ତିଙ୍କୁ ମଧ୍ୟ ବୁରି ଭୁରି ପ୍ରଂଶସା କରିଛନ୍ତି  । ଭାରତର ଅନେକ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛି  । ସବୁଠି ଝିଅ ମାନେ ଡିଗ୍ରୀ ଅଦିକ ପାଇଛନ୍ତି  । ପ୍ରଶାସନିକ ଅଧିକାରୀ ଠାରୁ ପୋଲିସ ଚାକିରୀରେ ମଧ୍ୟ ଝିଅ ମାନଙ୍କ ସାହାସ ଓ ଦମ୍ଭ ଦେଖି ଖୁସି ହୋଇଥିବା କହିଛନ୍ତି ମହାମହିମ ରାଷ୍ଟ୍ରପତି  । ସଂସଦର ଉଭୟ ଗୃହରେ ମହିଳା ସାଂସଦଙ୍କ ସଂଖ୍ୟା ୧୧୫ରେ ପହଁଚିଛି  । ସମଗ୍ର ବିଶ୍ୱରେ ବାରତୀୟ ନାରୀ ଜାତି ପ୍ରେରଣା ସାଜିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।