ମୋ କଲେଜ କଥା କହିଲେ ପ୍ରୋଟୋକଲ ସରିଯିବ…
ନନ୍ଦିଘୋଷ ବ୍ୟୁରୋ: ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱାଧିନତା ସଂଗ୍ରାମୀ ରମାଦେବୀଙ୍କ ସ୍ମୃତି ଚାରଣ କରିବା ସହ ଅଧ୍ୟୟନ ବେଳର ସ୍ମୃତିକୁ ମନେ ପକାଇଛନ୍ତି । କହିଛନ୍ତି ଆଜି ମୋତେ ଔପଚାରିକ ଦୃଷ୍ଟିରୁ ଭିନ୍ନ ରାସ୍ତାରେ ଆସିବାକୁ ପଡିଲା । କିନ୍ତୁ ମୁଁ ସେଦିନ ରାସ୍ତାକୁ ଭୁଲି ପାରୁନି । ସେତେବେଳେ ଡ୍ରେସକୋଡ ନଥିଲା । ସେତେବେଳେ ମାତ୍ର ଏକ ମହାବିଦ୍ୟାଳୟ ଥିଲା । ମୁଖ୍ୟ ଶାସନ ସଚିବଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଝିଅ । ସମସ୍ତେ ଏକାଠି ପଢୁଥିଲୁ । ବାର୍ତ୍ତାଳପରେ କିମ୍ବା ଭେଦଭାବର କୌଣସି ବାସ୍ନା ନଥିଲା । ସତେ ଲାଗୁଥିଲା ଯେମିତି ଦୁର୍ଗମ ପଲିରୁ ସୁଗମ ରାଜଧାନୀର ରାସ୍ତା । ମୁଁ ଯଦି ମୋ ବିଶ୍ୱ ବିଦ୍ୟାଳୟର କଥା କହିବି ତେବେ ଦୁଇ ଘଣ୍ଟା ହୋଇଯିବ । ଶେଷରେ ପ୍ରୋଟୋକଲ ସରିଯିବ ବୋଲି କହିଛନ୍ତି ରାଷ୍ଟ୍ରପତି ।
ରମାଦେବୀ ନାରୀ ଜାତିର ନେତୃତ୍ୱ । ସୁପ୍ରସିଦ୍ଧ ଶିକ୍ଷା ଅନୁଷ୍ଠାନରେ ପାଦଦେବା କ୍ଷଣି ଅତୀତ ମନସ୍କ ହୋଇ ପଡୁଛି । ସେତେବେଳେ ମଧ୍ୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଥିଲା । ମନେ ପଡୁଛି ମୋ ଛାତ୍ର ଜୀବନର କଥା । ସେ ପୁରୁଣା କ୍ୟାଣ୍ଟିନ ଏବେ ଅଛିକି ନାହିଁ ଜାଣିନି । ପାଚିରୀ ପାଖରେ ଠିଆ ହୋଇଥିବା ଠେଲା ଗାଡି ପାଖରେ ମୁଁ ଖାଉଥିଲି । ଭୁବନେଶ୍ୱର ଠାରୁ ଅନତି ଦୂରରେ ମୋର ଜନ୍ମ । ଚାରିବର୍ଷ ମୁଁ ଏଠାରେ ପଢିଛି । ମୋ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଭଲ ପାଇବା ଆଶୀର୍ବାଦ ମୋତେ ବଡ଼ କରିଛି । ନିଜର ପ୍ରାକ୍ତନ ଅଧ୍ୟାପିକାଙ୍କ ସ୍ମୃତି ଚାରଣ କଲେ ମହାମହିମ ।
ବିଣାପାଣି ମହାନ୍ତି , ସକୁନ୍ତଳା ମ୍ୟାଡାମଙ୍କ କଥାକୁ ମନେ ପକାଇଛନ୍ତି । ଯେତେବେଳେ ଏହି ରାସ୍ତା ଦେଇ ଯାଇଛି ପିଲା ମାନଙ୍କୁ ମୋ କଲେଜ ବିଷୟରେ କହିଛି । ଯେତେବେଳେ କହିବାକୁ ଭୁଲି ଯାଇଛି, ମୋ ପିଲାମାନେ ମନେ ପକାଇ ଦିଅନ୍ତି । ସାହିତ୍ୟ, ସଂସ୍କୃତି ଠାରୁ ଇତିହାସ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ନେତୃତ୍ୱ ରହିଛି । ଭାରତର ବିଭିନ୍ନ ପ୍ରାନ୍ତରେ ନାରୀ ମାନେ ଶାସିକା ହୋଇଛନ୍ତି । କସ୍ତୁରିବା , ସରୋଜାନି ନାଇଡୁଙ୍କ ଠାରୁ ରମାଦେବୀଙ୍କ ପର୍ଯ୍ୟନ୍ତ । ନେତାଜୀଙ୍କ ଆଜଦ ହିନ୍ଦୀ ଫୌଜରେ ମଧ୍ୟ ନାରୀ ମାନଙ୍କ ନେତୃତ୍ୱ ରହିଥିଲେ । ଓଡିଶାର ସ୍ୱାଧନତା ସଭାରେ ମାଳତୀ ଦେବୀଙ୍କ ନେତୃତ୍ୱରେ ୧୫ ଜଣ ମହିଳା ସଦସ୍ୟ ରହିଥିଲେ ।
ସଂଗୀତ, ଶିକ୍ଷା, ସମାଜସେବା, ବିଜ୍ଞାନ, ଅଭିନୟ, କଳା, ସାହିତ୍ୟ, ସଂସ୍କୃତି ପ୍ରତିଟି ଦିଗରେ ଉଦାହାରଣ ସାଜିଥିବା ମହିଳାଙ୍କ ସ୍ମୃତି ଚାରଣ କରିଛନ୍ତି ମହାମହିମ ରାଷ୍ଟ୍ରପତି । ବର୍ତ୍ତମାନ ଝିଅ ମାନେ ପୁଅ ମାନଙ୍କ ସାଥିରେ ପାଦରେ ପାଦ ଦେଇ ବାଟ ଚାଲୁଛନ୍ତି । ବିମାନ ଉଡାଇବା ଠାରୁ ପ୍ରଶାସକ ପର୍ଯ୍ୟନ୍ତ । କେଳ କୁଦରେ ଭାରତର ମହିଳା ବିଶ୍ୱରେ ବିଜୟ ବାନା ଉଢାଉଛନ୍ତି । ମିଶାଇଲ ମ୍ୟାନ କେସି ଟୋମାସଙ୍କ ପାଇଁ ମଙ୍ଗଳଯାନ ଚର୍ଚ୍ଚାର ବିଷୟ । ଏହା ପଛରେ ନାରୀ ବୈଜ୍ଞାନିକଙ୍କ ଭୂମିକା ରହିଛି । ଟୋକିଓ ଅଲିମ୍ପିକ ଠାରୁ ପାରା ଅଲିମ୍ପିକ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମହିଳା ଦେଖାଇଛନ୍ତି ପାରଦର୍ଶିକତା ।
ଶ୍ରାବଣୀ ନନ୍ଦଙ୍କୁ ପ୍ରଶଂସା କରିଛନ୍ତି, କ୍ୟାପଟେନ ଜୋସ୍ନା ମିଶ୍ର, ଦମୟନ୍ତିଙ୍କୁ ମଧ୍ୟ ବୁରି ଭୁରି ପ୍ରଂଶସା କରିଛନ୍ତି । ଭାରତର ଅନେକ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛି । ସବୁଠି ଝିଅ ମାନେ ଡିଗ୍ରୀ ଅଦିକ ପାଇଛନ୍ତି । ପ୍ରଶାସନିକ ଅଧିକାରୀ ଠାରୁ ପୋଲିସ ଚାକିରୀରେ ମଧ୍ୟ ଝିଅ ମାନଙ୍କ ସାହାସ ଓ ଦମ୍ଭ ଦେଖି ଖୁସି ହୋଇଥିବା କହିଛନ୍ତି ମହାମହିମ ରାଷ୍ଟ୍ରପତି । ସଂସଦର ଉଭୟ ଗୃହରେ ମହିଳା ସାଂସଦଙ୍କ ସଂଖ୍ୟା ୧୧୫ରେ ପହଁଚିଛି । ସମଗ୍ର ବିଶ୍ୱରେ ବାରତୀୟ ନାରୀ ଜାତି ପ୍ରେରଣା ସାଜିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।