spot_img

Latest Posts

୧୨ ରାଜ୍ୟପାଳ ଓ ଜଣେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବଦଳିଲେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ । ନୂଆ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଦରେ ଥିବା ବିଶ୍ବଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ ଗଭର୍ଣ୍ଣର । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ପୂର୍ବତନ ଜଷ୍ଟିସ ଏସ. ଅବଦୁଲ ନଜୀର । ଜଷ୍ଟିସ ଅବଦୁଲ ନାଜିର ଗତ ମାସରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । ବିଦାୟ ନେବା ବେଳେ ବିମୁଦ୍ରୀକରଣକୁ ଯଥାର୍ଥ ବୋଲି ରାୟ ଶୁଣାଇଥିଲେ । ସେହିପରି ଅଯୋଧ୍ୟା ମାମଲାରେ ରାୟ ଶୁଣାଇ ଥିବା ବେଞ୍ଚରେ ମଧ୍ୟ ବିଚାରପତି ଥିଲେ ଅବଦୁଲ ନାଜିର । ଆଜି ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ।

ସେହିପରି ଝାଡ଼ଖଣ୍ଡ ରାଜ୍ୟପାଳ ହେଲେ ସିପି ରାଧାକ୍ରିଷ୍ଣନ । ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଥିବା ବ୍ରିଗେଡିୟର ବିଡି ମିଶ୍ରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଶିବପ୍ରସାଦ ଶୁକ୍ଳା ହିମାଚଳ, ଗୁଲାବ ଚାନ୍ଦ କଟାରିୟାଙ୍କୁ ଆସାମ ଦାୟିତ୍ବ ମିଳିଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗବନ୍ତ ସିଂହ କୋସୟାରିଙ୍କ ଇସ୍ତଫାକୁ ଗ୍ରହଣ କଲେ ରାଷ୍ଟ୍ରପତି ।

ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ, ଛତିଶଗଡ଼ ରାଜ୍ୟପାଳ ଅନୁସୟା ଉଇକେଙ୍କୁ ମଣିପୁର, ମଣିପୁର ରାଜ୍ୟପାଳ ଏଲ. ଗଣେଶନଙ୍କୁ ନାଗାଲାଣ୍ଡ, ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆଲେର୍କରଙ୍କୁ ବିହାର ଏବଂ ଝାରଖଣ୍ଡ ରାଜ୍ୟପାଳ ରମେଶ ବେସଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ଦେଖନ୍ତୁ ପୂରା ଲିଷ୍ଟ

୧. ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକ, ଅରୁଣାଚଳ ପ୍ରଦେଶ ରାଜ୍ୟପାଳ

୨. ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ସିକ୍କିମ ରାଜ୍ୟପାଳ

୩. ସିପି ରାଧାକୃଷ୍ଣନ୍, ଝାରଖଣ୍ଡ ରାଜ୍ୟପାଳ

୪. ଶିବ ପ୍ରସାଦ ଶୁକ୍ଲା, ହିମାଚଳ ପ୍ରଦେଶ ରାଜ୍ୟପାଳ

୫. ଗୁଲାବ ଚନ୍ଦ କଟାରିଆ, ଆସାମ ରାଜ୍ୟପାଳ

୬. ଅପସରପ୍ରାପ୍ତି ଜଷ୍ଟିସ ଏସ. ଅବଦୁଲ ନଜୀର, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

୭. ବିଶ୍ବଭୂଷଣ ହରିଚନ୍ଦନ, ଛତିଶଗଡ଼ ରାଜ୍ୟପାଳ

୮. ଅନୁସୟା ଉଇକେ, ମଣିପୁର ରାଜ୍ୟପାଳ

୯. ଏଲ. ଗଣେଶନ, ନାଗାଲାଣ୍ଡ ରାଜ୍ୟପାଳ

୧୦. ଫାଗୁ ଚୌହାନ, ମେଘାଳୟ ରାଜ୍ୟପାଳ

୧୧. ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର, ବିହାର ରାଜ୍ୟପାଳ

୧୨. ରମେଶ ବେସ, ମହାରାଷ୍ଟ୍ର ରାଜ୍ୟପାଳ

୧୩. ବ୍ରିଗେଡିୟର (ଅବସରପ୍ରାପ୍ତି) ବିଡି ମିଶ୍ରା, ଲଦାଖ ଉପରାଜ୍ୟପାଳ

Latest Posts

Don't Miss