ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା: ସୋମବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ମୟୂରଭଞ୍ଜର ଝିଅ ମହାମହିମଙ୍କ ସ୍ବାଗତ ପାଇଁ ସବୁଠି ପ୍ରସ୍ତୁତି । ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ଅଞ୍ଚଳରେ ନାହିଁ ନଥିବା ଉତ୍ସାହ । ଗସ୍ତକୁ ନେଇ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୦ ତାରିଖ ଅପରାହ୍ନରେ ବାରିପଦା ସହୀଦ ସ୍ମୃତି ଭବନ ପରିସରରେ ଅଲ ଇଣ୍ଡିଆ ସାନ୍ତାଳୀ ଲେଖକ ଆସୋସିଏସନର ଏକ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଏହାପରେ କୁଳିଅଣା ବ୍ଲକ ଅନ୍ତର୍ଗତ ପାଣିଜା ଗ୍ରାମରେ ପ୍ରତିଷ୍ଠା ହୋଇଥିବା ନବନିର୍ମିତ ଏକଲବ୍ୟ ମଡେଲ ସ୍କୁଲର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ପରେ ରାଇରଙ୍ଗପୁର ଗସ୍ତ କରି ସେଠାରେ ରାତ୍ରୀଯାପନ କରିବେ । ୨୧ ତାରିଖ ଦିନ ନିଜର ପୈତୃକ ଗ୍ରାମ ପାହାଡ଼ପୁର ଗସ୍ତ କରି ସେଠାରେ ଏକ ତାଲିମ କେନ୍ଦ୍ରର ଉଦଘାଟନ କରିବା ସହ କିଛି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ସେଠାରୁ ଵାଦାମପାହାଡ ଗସ୍ତ କରିବେ । ସେଠାରେ ତିନୋଟି ନୂତନ ଟ୍ରେନ ଚଳାଚଳର ଶୁଭାରମ୍ଭ କରି ଵାଦାମପାହାଡ ଷ୍ଟେସନର ନୂତନ ଗୃହର ଶିଳାନ୍ୟାସ କରିବେ । ଏହି ଅବସରରେ ରାଇରଙ୍ଗପୁର ଠାରେ ମଧ୍ୟ ପୋଷ୍ଟାଲ ଡିଭିଜନର ନୂତନ ଗୃହ ଲୋକାର୍ପିତ କରି ସମ୍ବଲପୁର ଅଭିମୁଖେ ଗସ୍ତ କରିବେ । ସ୍ବାଗତ ପାଇଁ ଅପେକ୍ଷା କରିନ୍ତି ଅଞ୍ଚଳବାସୀ।