ବାଣୀବିହାର ପ୍ଳାଟିନମ୍ ଜୁବୁଲିର ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି: ରୁଷା ଭବନର କଲେ ଶିଳାନ୍ୟାସ

ଭୁବନେଶ୍ୱର: ଓଡ଼ିଶା ସାରା ଜଗତକୁ ଶାନ୍ତିର ବାର୍ତ୍ତା ଦେଇଛି । ଏହି ଭୂଖଣ୍ଡରେ ଛିଡ଼ା ହୋଇ ମୁଁ ନିଜକୁ ଭାଗ୍ୟବାନ ମଣୁଛି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଳାଟିନମ୍‌ ଜୁବୁଲି ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗେଦଇ ରାଷ୍ଟ୍ରପତି କହିଛନ୍ତି,  ୭୫ ବର୍ଷ ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି । ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦେଶକୁ ଗୌରବାନ୍ୱିତ କରିଛନ୍ତି ।

ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ । ୫ରୁ ୭ ବର୍ଷ ଭିତରେ ଏହା ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ଏଥିସହ ବିଶ୍ୱବିଦ୍ୟାଳୟର ବିକାଶ ଲାଗି ଆଗେଇ ଆସିବାକୁ   ପୂରାତନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଭବନର ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରପତି, ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ୱର୍ଦ୍ଧିତ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି । ମନ୍ତ୍ରୀ ଅରୁଣ ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply