spot_img

Latest Posts

ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ବିଭିନ୍ନ କାର୍ଯ୍ୟକ୍ରମ ସାରି ରାଇରଙ୍ଗପୁରରେ କରିଥିଲେ ରାତ୍ରୀ ଯାପନ । ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ୟ ଯାଇ ସେଠାରେ ରାତ୍ରୀ ଯାପନ କରିବେ । କାଲି ଶିମିଳିପାଳ ଏକ ଟ୍ରାଇବାଲ କମ୍ୟୁନିଟି ଉଦଘାଟନ ପରେ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି । ଭୁବନେଶ୍ବର ବ୍ଲାକ ଶ୍ବାନ ସମ୍ମିଟରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଲୋକ ଭବନରେ ରାତ୍ରୀ ଯାପନ ପରେ ୭ ତାରିଖ ୯ଟା ୨୦ରେ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି । ତେବେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଗସ୍ତ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ଏକ ଅବକାଶ ଗୃହ ଉଦଘାଟନ କରିଥିଲେ । ପରେ ସରକାରୀ ବାଳିକା ବିଦ୍ୟାଳୟର ଗୋଲ୍ଡେନ ଜୁବଲି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ତାଙ୍କ ସହିତ ରାଜ୍ୟପାଳ ହରି ବାବୁ କୁମ୍ଭମପାଟି ଏଵଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବହୁ ମନ୍ତ୍ରୀ ଓ ସାଂସଦ ସାମିଲ ହୋଇଥିଲେ ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ବଡ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଇରଙ୍ଗପୁରର ପୂଣ୍ୟେଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ପରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଯାଇ ବ୍ରହ୍ମକୁମାରୀ ମାନଙ୍କ ସହିତ ସମୟ ବିତାଇଥିଲେ । ଅପରାହ୍ନରେ ରାଇରଙ୍ଗପୁର ଷ୍ଟାଡିୟମ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ୨୮୪ କୋଟି ୩୦ ଲକ୍ଷ ଟଙ୍କାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ । ଏହି ପରିପ୍ରେକ୍ଷିରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୧ କୋଟି ୬୭ ଲକ୍ଷ ଆର୍ଥିକ ସହାୟତାରେ ଏକ ପରିବର୍ଦ୍ଧିତ ଆଇଟି କ୍ୟାମ୍ପସକୁ ଲୋକାର୍ପିତ କରିଥିଲେ । ଏତଦବ୍ୟତୀତ ୮୫ କୋଟି ଟଙ୍କା ଆର୍ଥିକ ସହାୟତାରେ ଏକ ଆୟୁଷ ହସ୍ପିଟାଲ ଓ ମେଡିକାଲ କଲେଜ, ୧୦୦ କୋଟି ଟଙ୍କା ବ୍ୟୟରେ ଏକ କୃଷି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ, ୨୩ କୋଟି ଟଙ୍କା ବ୍ୟୟରେ ତୀରନ୍ଦାଜ ପ୍ରତିଷ୍ଠାନ, ୩୫ କୋଟି ଟଙ୍କା ବ୍ୟୟରେ ରାଇରଙ୍ଗପୁର ମୁନସିପାଲଟିର ସହରର ଆଲୋକୀକରଣ ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ । ଅନୁରୁପ ଭାବେ ଏନଟିପିସିର ସିଏସ୍ଆର ପାଣ୍ଠିରୁ ୨୬ କୋଟି ୯୯ ଲକ୍ଷ ଟଙ୍କା ସହାୟତାରେ ରାଇରଙ୍ଗପୁର ଠାରେ ଏକ ସାଂସ୍କୃତିକ କେନ୍ଦ୍ର, ରାଇରଙ୍ଗପୁର କଲେଜରେ ୧୦ କୋଟି ୨୨ ଲକ୍ଷ ଟଙ୍କା ସହାୟତାରେ ୩୬୦ ସିଟ ବିଶିଷ୍ଟ ଏକ ଛାତ୍ରୀ ନିବାସ ଏଵଂ ୨ କୋଟି ୫୦ ଲକ୍ଷ ଟଙ୍କା ସହାୟତାରେ ବ୍ରହ୍ମକୁମାରୀ ନିଶାମୁକ୍ତ କେନ୍ଦ୍ର ସ୍ଥାପନ ପାଇଁ ଶିଳାନ୍ୟାସ କରିଥିଲେ ।

Latest Posts

Don't Miss