spot_img

Latest Posts

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ; ଆଜି ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ। ସେ ଆଜି ଭୁବନେଶ୍ଵରରେ ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ତା ସହିତ ଭୁବନେଶ୍ଵରରେ ନୂଆ କୋର୍ଟ କଂପ୍ଲେକ୍ସର ଉଦଘାଟନ କରିବେ। ରାଷ୍ଟ୍ରପତି କିଛି ସମୟ ପରେ ପୁରୀ ରାଜଭବନରୁ ଭୁବନେଶ୍ଵର ଅଭିମୁଖେ ବାହାରିବେ। ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟରରେ ବାହାରି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ଓୟୁଏଟି ଯିବେ। ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ। ଏହି କାର୍ଯ୍ୟକ୍ରମ ସରିବା ପରେ ସେ ରାଜଭବନ ଆସିବେ।

ଏହାପରେ ଅପରାହ୍ନରେ ଭୁବନେଶ୍ଵରର ନବ ନିର୍ମିତ କୋର୍ଟ କଂପ୍ଲେକ୍ସ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ପୁଣି ରାଜଭବନ ଫେରି ରାଜଭବନରେ ରାତ୍ରୀଯାପନ କରିବେ।

Latest Posts

Don't Miss