ବ୍ରହ୍ମପୁର ବିଶ୍ଵବିଦ୍ଯାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ଯାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ହୋଇଛି ସମାବର୍ତ୍ତନ ଉତ୍ସବ। ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରିଥିଲେ ରାଷ୍ଟ୍ରପତି।

ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ରାଷ୍ଟ୍ରପତି। ୧୯୬୭ରେ ସ୍ଥାପିତ ବ୍ରହ୍ମପୁର ବିଶ୍ଵବିଦ୍ଯାଳୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପାରଦର୍ଶିତା ଅର୍ଜନ କରିଛନ୍ତି। ବିଜ୍ଞାନଠାରୁ ଆରମ୍ଭ କରି ସେନାବାହିନୀ ପର୍ଯ୍ୟନ୍ତ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ପ୍ରତ୍ଯେକ କ୍ଷେତ୍ରରେ ମହିଳାମାନେ ନେତୃତ୍ଵ ନେଉଛନ୍ତି। ମହିଳାଙ୍କ ଆତ୍ମବିଶ୍ଵାସ ଓ ସୃଜଶୀଳତାରେ ଖୁସି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ଦେଶର ଉନ୍ନତି କରିବାକୁ ହେଲେ ମହିଳାଙ୍କୁ ସଶକ୍ତ କରିବାକୁ ପଡିବ। ସମାଜର ବିକାଶ ପାଇଁ ଉଭୟ ନାରୀ ଓ ପୁରୁଷଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ର ନୁହେଁ ସାଧନାର ଉତ୍ସବର ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମାଜ କଲ୍ଯାଣରେ ନିଜର ଜ୍ଞାନର ଉପଯୋଗ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ନିଜ କଥା ସହ ଦେଶର ଉନ୍ନତି ବିଷୟରେ ଭାବିବା ଆବଶ୍ଯକ ବୋଲି କହିଛନ୍ତି ରାଷ୍ଟ୍ରପତି।

ବହ୍ମପୁର ବିଶ୍ଵବିଦ୍ୟାଳୟ କାର୍ଯ୍ୟକ୍ରମ ପରେ ସେଠାରୁ ବାହାରି ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୩ଟା ୫୦ରେ କଟକ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବେ।