ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ। ଏହାସହ କଟକର ୬ଟି ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ମହାମହିମ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଗୋରାକବର, ଏସସିବି ମେଡିକାଲ, ନେତାଜୀ ସୁବାସ ବୋଷଙ୍କ ଜନ୍ମ ସ୍ଥାନ ଓ ନ୍ୟାସନାଲ ଆଇନ ବିଶ୍ଵବିଦ୍ୟାଳୟ ଯିବାର କାଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ମ୍ୟାଡାମ ପ୍ରେସିଡେଣ୍ଟଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାପରେ ୨୭ ତାରିଖରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ହିରକ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।