ମେଡିକାଲରେ ମହାମହିମ, ସଫଳ ହୋଇଛି ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ମେଡିକାଲରେ ଭର୍ତ୍ତି ହୋଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ମିଳିଥିବା ସୂଚନା ଅନୁଯାୟୀ  ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଦ୍ରୌପଦୀ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମୁଖପାତ୍ର ଦେଇଛନ୍ତି ସୂଚନା। ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ମଧ୍ୟ  ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି  ।

ରାଷ୍ଟ୍ରପତିଙ୍କ ଆଖିର ସଫଳ ଅସ୍ତ୍ରୋପଚାର ହୋଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି । ୬୪ ବର୍ଷୀୟ ଦ୍ରୌପଦୀ ପଞ୍ଚଦଶତମ ରାଷ୍ଟ୍ରପତି ଭାବେ  ଗତ ଜୁଲାଇ ୨୫ ତାରିଖରେ ଶପଥ ଗ୍ରହଣ କରିଥିଲେ। ଆଜି ଆଖି ଅସ୍ତ୍ରୋପଚାର ପାଇଁ ଓଡ଼ିଆ  ଝିଅ ଦ୍ରୌପଦୀ ମୁର୍ମୁ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଏହି ସର୍ଜରୀ ସଫଳ ହୋଇଛି  । ସେପଟେ ରାଷ୍ଟ୍ରପତିଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଥିବା  କୁହାଯାଇଛି  ।