ଜାତୀୟ ସିନେମା ପୁରସ୍କାର: ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

1 min read

ନୂଆଦିଲ୍ଲୀ: ୭୦ତମ ଜାତୀୟ ସିନେମା ପୁରସ୍କାର ପ୍ରଦାନ କରାଯାଇଛି । ଦିଲ୍ଲୀରେ ବର୍ଣ୍ଣାଢ୍ୟ ଉତ୍ସବ ପରିବେଶ ମଧ୍ୟରେ ଜାତୀୟ ସିନେମା ପୁରସ୍କାର ପ୍ରଦାନ କରାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭେଟେରାନ ଅଭିନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଛି ।

କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନଙ୍କୁ ପୋନ୍ନିୟିନ ସେଲବନ ପାର୍ଟ-ୱାନ୍ ଫିଲ୍ମ ଲାଗି ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି । ଫିଲ୍ମ କାନ୍ତାରା ଲାଗି ଅଭିନେତା ଋଷଭ ସେଟ୍ଟିଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଅଭିନେତ୍ରୀ ନିତ୍ଯା ମେନନ ଏବଂ ମାନସୀ ପାରେଖଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଫିଲ୍ମ ତିରୁଚିତ୍ରାମ୍ବଲମ ସିନେମା ଲାଗି ନିତ୍ଯା ମେନନ ଏହି ପୁରସ୍କାର ପାଇଛନ୍ତି । ସେହିପରି କଛ୍ ଏକ୍ସପ୍ରେସ ଲାଗି ମାନସୀ ପାରେଖ ଏହି ପୁରସ୍କାର ପାଇଛନ୍ତି । ଅଟ୍ଟମକୁ ମିଳିଛି ସର୍ବେଶ୍ରେଷ୍ଠ ଫିଲ୍ମ ପୁରସ୍କାର । ଗୁଲମୋହରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ନୀନା ଗୁପ୍ତା ପୁରସ୍କୃତ ହୋଇଛନ୍ତି । ପବନ ମଲହୋତ୍ରା ସର୍ବଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଛନ୍ତି । ଦମନକୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଲାଗି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।