ଆଉ ଅଳ୍ପ କିଛିଦିନ ପରେ ଜୋ ବାଇଡେଇନ୍ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଅଳଂକୃତ ହେବେ। ଏଥିଲାଗି ସାରା ବିଶ୍ୱ ଅପେକ୍ଷା କରିଛି। ବିଭିନ୍ନ ଦେଶ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ପ୍ରକ୍ରିୟା ଆରମ୍ଭ ହେଲାଣି। ଏହି ଉତ୍ସାହପୂଣ୍ଣ ସମାବେଶ କିନ୍ତୁ ଆମରୀକୀୟ ପ୍ରଶାସନ ପରାଇଁ ଚିନ୍ତାର କାରଣ ହୋଇଛି। କାରଣ ଗଲା କିଛିଦିନ ତଳେ ଯେଉଁମଭଳି ଭାବେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଅଭାବନୀୟ କାଣ୍ଡ ଭିଆଇଲେ ତାହା ସାରା ବିଶ୍ୱ ଆଗରେ ଆମରିକୀୟ ଗଣତନ୍ତ୍ର ଓ ଶୃଙ୍ଖଳାକୁ ନିନ୍ଦିତ କରାଇଛି। ଅବଶ୍ୟ ଆମରେକାର ନେତୃତ୍ୱ ମଣ୍ଡଳୀ ଏହାକୁ ଗୁରୁତର ସହ ବିଚାର କରି ଟ୍ରମ୍ପ ବିଦାୟ ପୂର୍ବରୁ ତାଙ୍କୁ ତଡ଼ିବା ଲାଗି ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି, କିନ୍ତୁ ଆଗକୁ ହିଂସା ନହେବ ବୋଲି ଆଶଙ୍କା କରାଯାଇ ନପାରେ।

ପରିସ୍ଥିତିକୁ ଆଖିରେ ରଖି ଅଧିକ ସକ୍ରିୟ ହୋଇଛି ଆମେରିକୀୟ ପୁଲିସ ଓ ମିଲିଟାରୀ ପ୍ରଶାସନ। ରାଜଧାନୀ ସହର ଓ୍ୱାଶିଂଟନ୍ ଡିସି ଆୟୋଜନ ହେବାକୁ ଥିବା କ୍ଷମତା ହସ୍ତାନ୍ତର ସମାବେଶ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ଲାଗି ପ୍ରାୟ ୭ ହଜାର ଶସ୍ତ୍ର ସେନା ମୁତ୍ତୟନ ରହିଛନ୍ତି। ସେମାନେ ଆଶା କରିଛନ୍ତି ଯ, ଟ୍ରମ୍ପଙ୍କ ସମର୍ଥକମାନେ ପୁଣିଥରେ କିଛି ଅଘଟଣ ଘଟାଇପାରନ୍ତି। ଏହି ଆଶଙ୍କାକୁ ଦମନ କରିବା ଲାଗି ଏତେ ପରିମାଣରେ ଶସ୍ତ୍ର ବାହିନୀ ମୁତ୍ତୟନ କରାଯାଇଛି ଯେ ତାହାକୁ ନଦେଖିଲେ ତାହା ବିଶ୍ୱାସ କରି ହେଉନାହିଁ। ଆଗକୁ ଆହୁରି ୨୧ ହଜାର ନ୍ୟାସନାଲ୍ ଗାର୍ଡ ଜବାନଙ୍କୁ ଏହି ସୁରକ୍ଷା କାର୍ଯ୍ୟରେ ମୁତ୍ତୟନ କରାଯାଇପୋରେ। ବିଭିନ୍ନ ଆଡ଼ୁ ଏମାନଙ୍କୁ ଅଣାଯାଇ ଏଠାରେ ମୁତ୍ତୟନ କରାଯାଇଛି ଯେ ସହରର ପ୍ରତିଟି କୋଠା ପ୍ରାୟ ଏଥିରେ ଭରପୁର ରହିଥିବା ଲକ୍ଷ୍ୟ କରାଯାଇଛି। ବିଭିନ୍ନ ଘରର ଚଟାଣରେ ସେମାନଙ୍କୁ ଦେଖିବାକୁ ମିଳିଛି।
ଆସନ୍ତା ୨୦ ତାରିଖରେ ବିଧି ଅନୁସାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆମେରିକୀୟ ଗୁଇନ୍ଦା ସଂସ୍ଥା ଏହି ସମୟରେ ଅଶୋଭନୀୟ କାଣ୍ଡ ଆଶଙ୍କା କରିଛି। କାରଣ ବୁଧବାର ମହାଭିଯେଗ ପୂର୍ବରୁ ଟ୍ରମ୍ପଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ଏଣୁ ଆଗକୁ ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ମଧ୍ୟ ଲାଗିପାରେ ବୋଲି ଆଶଙ୍କା କରାଯାଇଛି। ଜୋ ବାଇଡେନଙ୍କ ଶାସନ ଆରମ୍ଭ ହେବା ପେର ଏ ନେଇ ମାମଲା ବିଚାର ହେବା ଆଶଙ୍କାକୁମ ଧ୍ୟ ଏଡ଼ାଇ ଦିଆଯାଇ ନପାରେ।

