ନୀଳମାଧବଙ୍କ ଦର୍ଶନ କଲେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦିନିକିଆ ଓଡ଼ିଶା ଗସ୍ତ । ଭୁବନେଶ୍ଵରରେ ପହଞ୍ଚିବା ପରେ ନୟାଗଡ କଣ୍ଟିଲୋରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ସେଠାରେ ପହଞ୍ଚି ଜଗନ୍ନାଥ ସଂସ୍କୃତିର ଆଦିପୀଠ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ଏହାପରେ କାଳିଆପଲ୍ଲୀ ଗସ୍ତ କରିବେ ରାଷ୍ଟ୍ରପତି । ଏହାସହ ବିଶ୍ବାବସୁ ଶବର ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ତେବେ ଓଡ଼ିଶାରେ ମହାମହିମ ଆସି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । କଡ଼ା ସୁରକ୍ଷା ବଳୟରେ ଯାଇ ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ପହଞ୍ଚିଛନ୍ତି ।