ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନ୍ଦିରରେ ଜଳାଭିଷେକ ସହ ୩୦ ମିନିଟ ଧରି କରିବେ ପୂଜାର୍ଚ୍ଚନା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମଧ୍ୟ ଲିଙ୍ଗରାଜ ମନ୍ଦିରରେ ଉପସ୍ଥିତ ଅଛନ୍ତି । ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ଦେବ ପାଦହରା ପୁଷ୍କରଣୀ ଓ ପରେ ବିନ୍ଦୁ ସାଗରରେ ପାଦ ଧୋଇଲେ ମହାମହିମ ରାଷ୍ଟ୍ରପତି । ଏହାପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଲେ ତିନି ନିଯୋଗ ସମ୍ପାଦକ ।

ମନ୍ଦିର ଭିତରେ ପ୍ରଥମେ ସିଦ୍ଧି ବିନାୟକଙ୍କ ନିକଟରେ ପୂଜା ପରେ ଗର୍ଭ ଗୃହରେ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ, କ୍ଷୀର ଅଭିଷେକ, ବେଲପତ୍ର ଓ ଫୁଲ ବରଣ କରି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି । ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ପାଖରେ ରହି ପୂଜା କରାଇଛନ୍ତି ।