ଶ୍ରାଦ୍ଧ ବାର୍ଷିକୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

1 min read
President And PM Paying Tribute To Father Of The Nation Mahatma Gandhi

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ୧୯୪୮ ମସିହା ଆଜିର ଦିନରେ ବାପୁଙ୍କ ପରଲୋକ ହୋଇଥିଲା । ଯେଉଁ ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଅଛି । ଆଜିର ଦିନରେ ବିର୍ଲା ହାଉସରେ ସନ୍ଧ୍ୟା ପ୍ରାର୍ଥନା ସମୟରେ ଗୁଳି ଖାଇ ଟଳି ପଡ଼ିଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ । ଯେଉଁ ଘଟଣା ସ୍ତବ୍ଧ କରିଦେଇଥିଲା ସାରା ଦେଶକୁ । ଅହିଂସାର ଚଳନ୍ତି ପ୍ରତିମାଙ୍କୁ ହରାଇ ମର୍ମାହତ ହୋଇଥିଲେ କୋଟିକୋଟି ଭାରତୀୟ ।

President And PM Paying Tribute To Father Of The Nation Mahatma Gandhi

ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀ ମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ବାପୁଜୀ ସେହି ମୁହୁର୍ତ୍ତରେ କରି ‘ହେ ରାମ’ ଉଚ୍ଚାରଣ କରି ଟଳି ପଡ଼ିଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣୀସ୍ଥଳ ବିର୍ଲା ହାଉସକୁ ନିଆଯାଇଥିଲା । ଏହାର କିଛି ସମୟ ପରେ ଏହି ମହା ମାନବଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।

ପ୍ରତ୍ୟେକ ବର୍ଷ ୩୦ ଜାନୁୟାରୀ ଅର୍ଥାତ ଆଜିର ଦିନକୁ  ସାରା ଦେଶ ସହିଦ ଦିବସ ଭାବରେ ପାଳନ କରିଆସୁଛି । ମହାତ୍ମା ଗାନ୍ଧିଙ୍କ ୭୩ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave a Reply