ବାଣପୁରରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା ପୂର୍ବରୁ ପ୍ରସ୍ତୁତି ବୈଠକ

1 min read

ବାଣପୁର: ଆସନ୍ତା ୧୦ ତାରିଖରେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ । ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ 5T ଅଧ୍ୟକ୍ଷ  । ଏନେଇ ଆଜି ମଧ୍ୟାହ୍ନରେ ନାଚୁଣି ସୁନାଖଳା ଡାକବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇଥିଲେ । ତାଙ୍କ ସହ ଚିଲିକା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ନଗରପାଳ ମିଟୁ ନାୟକ, ପ୍ରଭାସ ସୁନ୍ଦରାୟ ଓ ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ  ବୈଠକରେ ଉପସ୍ଥିତ ଥିଲେ l

ଚିଲିକାର ସାମଗ୍ରିକ ବିକାଶ ଏବଂ ପୁରୀ ପରିକ୍ରମା ପ୍ରକଳ୍ପର ରଥ ଆସିବା ନେଇ ପ୍ରସ୍ତୁତି ସଂପର୍କରେ ଟିକିନିଖି ଆଲୋଚନା କରିଥିଲେ ସାଂସଦ ମାନସ ମଙ୍ଗରାଜ  । ପରିକ୍ରମା ପ୍ରକଳ୍ପ ରଥ କେମିତି ସମସ୍ତ ପଞ୍ଚାୟତର ଘରେ ଘରେ ପହଞ୍ଚିବ  । ବୁଲି ଅରୁଆ ଚାଉଳ, ଗୁଆ ସଂଗ୍ରହ କିପରି  କରାଯିବ  । ସେଥିପାଇଁ ସମସ୍ତେ ସହଯୋଗ କରିବାକୁ ସାଂସଦ ମାନସ ମଙ୍ଗରାଜ ଆଲୋଚନା କରିଥିଲେ  । ସଭାସ୍ଥଳ, ବ୍ୟାରିକେଡ, ଜନସାଧାରଣଙ୍କ ଗମନାଗମନର ସୁବିଧା, ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ସାଂସଦ ମାନସ ମଙ୍ଗରାଜ  ।