spot_img

Latest Posts

ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଆଜି ପଟି ଦିଅଁଙ୍କ ଠାରୁ ରଥଖଳାକୁ ବିଜେ କରିବ ଆଜ୍ଞାମାଳ

ପୁରୀ: ରାତି ପାହିଲେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସଜେଇ ହେଉଛି ଶ୍ରୀକ୍ଷେତ୍ର। ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି। ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ରଥ ଯାତ୍ରା ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର।ବଡଦାଣ୍ଡରେ ଭକ୍ତଙ୍କ ଲାଗିଲାଣି ଗହଳିଚହଳି। ଆଜି ଶ୍ରୀ ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପଟି ଦିଅଁଙ୍କ ନିକଟରୁ ୩ଟି ଆଜ୍ଞା ମାଳ ରଥ ଖଳାକୁ ବିଜେ କରିବା ପରେ ୩ ରଥକୁ ସିଂହଦ୍ବାର ସମ୍ମୁଖ ଚକଡ଼ାକୁ ଟଣା ଯାଇ ନିଆଯିବ। ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ୩ ରଥକୁ ସିଂହଦ୍ବାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼ ଦେବେ। ଘୋଷଯାତ୍ରା ଲାଗି ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ଲାଙ୍କେଟ ଓ ସିସିଟିଭି ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର। ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଜନଗହଳି ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡ ୬ଟି ଜୋନରେ ବିଭକ୍ତ ହୋଇଛି। ଚଳିତ ବର୍ଷ ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନିଆଯିବ। ଏହାସହ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ସିସିଟିଭି କ୍ୟାମେରା ସହାୟତା ନିଆଯିବ। ୩ ଠାକୁରଙ୍କ କର୍ଡନ ଦାୟିତ୍ବରେ ୩ କମ୍ପାନୀ ରାପିଡ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ଟି ଏସଓଜି ଟିମ ମୁତୟନ ରହିବେ।

Latest Posts

Don't Miss