spot_img

Latest Posts

ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭଦ୍ରକ: ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ୟରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ  କାର୍ଯ୍ୟ ସମ୍ପନ୍ନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିବାହ ଗତ ବୁଧବାର ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିରଟ୍ରଷ୍ଟି ପିତାମ୍ବର ସାମଲ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କ ବିବାହ ନିମନ୍ତେ ଲଗ୍ନଥାଳ ଉଠା କାର୍ଯ୍ୟ ଓ ଗୁଆମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ ହେବା ପରେ ଆସନ୍ତା ୧୪ତଥା ସୋମବାର ଦିନ ମଙ୍ଗଳପାଗ ନୀତି ଅନୁଷ୍ଠିତ ହେବ। ତାହାସହ ପୀଠରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯିବ। ହେଲେ ମହାମାରୀ କରୋନାର ଭୟଭୟତାକୁ ନେଇ ପୂର୍ବବର୍ଷ ଭଳି ଚଳିତବର୍ଷ ବରାନୁଗମନ ଶୋଭାଯାତ୍ରାରେ ବାଜିବନି ବାଜା କି ଜଳିବନି ରୋଷଣୀ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏପରିକି ବରଯାତ୍ରୀ ଓ ଖାଦ୍ୟ ଉପରେ କଟକଣା ଜାରୀ କରିଛି ଜିଲାପ୍ରଶାସନ। ବିବାହ ଉତ୍ସବରେ ସାମିଲି ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ ବୋଲି  ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Latest Posts

Don't Miss