ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ, ଦକ୍ଷିଣ ମୋଡ଼ ହେଲେ ତିନି ରଥ

ପୁରୀ: ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ଏହାସହ ମହାପ୍ରଭୁଙ୍କ ବାହୁଡ଼ା ପ୍ରସ୍ତୁତିର ଆରମ୍ଭ ହୋଇଛି ।

ଘୋଷଯାତ୍ରାର ଷଷ୍ଠ ଦିନରେ ଆଜି ଗୁଣ୍ଡିଚା ମନ୍ଦିରରୁ ଥାଇ ମହାପ୍ରଭୁ ତିନି ରଥକୁ ଆଜ୍ଞାମାଳ ପଠାଇଥିଲେ । ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥ ପାଖରେ ପହଞ୍ଚିବା ପରେ ନୀତିକାନ୍ତି ଶେଷ ହୋଇଥିଲା । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି ।

ସୂଚନାଯୋଗ୍ୟ, ଆସନ୍ତାକାଲି ହେରା ପଞ୍ଚମୀ ଥିଲା । ମହାପ୍ରଭୁ ଗୋଟିଏ ଦିନ କହି ଶ୍ରୀମନ୍ଦିରରୁ ଆସିବାର ୫ ଦିନ ହୋଇଯାଇଥିବାରୁ ମହାଲକ୍ଷ୍ମୀ ରାଗ କରିଥିଲେ । ମହାପ୍ରଭୁଙ୍କୁ ଖୋଜି ଖୋଜି ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚି ଥିଲେ । ଏହାପରେ ଶ୍ରୀମନ୍ଦିର ଫେରିବାକୁ ମହାପ୍ରଭୁଙ୍କୁ କହିଥିଲେ । ହେଲେ ମହାପ୍ରଭୁ ଯିବାକୁ ମନା କରିବାରୁ ମହାଲକ୍ଷ୍ମୀ ରାଗ ଓ ଅଭିମାନରେ ଫେରିବେ ବେଳେ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇଥିଲେ ।