ପ୍ରଥମ ପର୍ଯ୍ୟାୟରେ ରଥଯାତ୍ରାର ପ୍ରସ୍ତୁତି: ରଥଖଳାରେ ଆଜି ପୂଜା ହେବ ରଥକାଠ

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି । ପରମ୍ପରା ଅନୁସାରେ ମାଆ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ରଥଖଳାରେ ରଥକାଠ ପୂଜା କରିବେ ରାଜ ପୁରୋହିତ ଓ ବ୍ରାହ୍ମଣ । ନୟାଗଡ଼ ବନଖଣ୍ଡରୁ ଆସିଥିବା ରଥକାଠ ମଧ୍ୟରୁ ତିନୋଟି ୧୨ଫୁଟିଆ ଧଉରା କାଠର ପୂଜା କରାଯିବ ।

ଏ ଅବସରରେ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ଶ୍ରୀଜିଉଙ୍କ ପାଖରେ ପ୍ରାର୍ଥନା କରିବେ ରାଜପୁରୋହିତ । ଏଥିପାଇଁ ପୂର୍ବରୁ ୨ଟି ଟ୍ରକରେ ୫୩ଖଣ୍ଡ ଧଉରା ଏବଂ ଅଶନ କାଠ ଶ୍ରୀକ୍ଷେତ୍ର ପହଞ୍ଚିଥିଲା ।

Leave a Reply