ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସମହାପାତ୍ରଙ୍କ ବିୟୋଗ…

ପୁରୀ: ବରିଷ୍ଠ ଦଇତାପତି ତଥା ପ୍ରଭୁ ଜଗନ୍ନାଥଙ୍କ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ପରଲୋକ ହୋଇଛି । ସେ ଦୀର୍ଘଦିନ ହେବ ହୃଦଘାତ ସମସ୍ୟାରେ ପୀଡ଼ିତ ଥିଲେ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଆଜି ଭୋରରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର କ୍ରମାଗତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା ।
ସ୍ୱାସ୍ଥ୍ୟ ସମସ୍ୟା ବଢିବା ସହ ତାଙ୍କର ମୃତ୍ୟୁ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ସେ ଜଣେ ବରିଷ୍ଠ ଦଇତାପତି ଭାବେ କାର୍ଯ୍ୟରତ ଥିଲେ । ପୁରୀ ସହରରେ ଜଣେ ସମାଜସେବୀ ଭାବେ ମଧ୍ୟ ତାଙ୍କର ଯଥେଷ୍ଟ ଖ୍ୟାତି ରହିଥିଲା । ଏବେ ତାଙ୍କ ବିୟୋଗରେ ଦଇତାପତି କୁଳରେ ଶୋକର ଛାୟା ଖେଳିଯାଇଛି ।