କାହା ସୁନଜରରେ ରହିବ ନୂଆଦିଲ୍ଲୀ ?

1 min read

ବଦଳିବ ଶ୍ରୀଲଙ୍କା ପଲିଟିକାଲ ପଟ୍ଟଚିତ୍ର । ଦକ୍ଷିଣ ଏସିଆର ଏହି ଦ୍ୱୀପ ଦେଶରେ ଏବେ ନିର୍ବାଚନର ମାହୋଲ । ଦେଶ ଚୟନ କରୁଛି ନୂଆ ଶାସକ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇକୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଛୋଟିଆ ଦେଶରେ ଦେଢ କୋଟିରୁ ଅଧିକ ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି । ଅଷ୍ଟମ ରାଷ୍ଟ୍ରପତି ନିର୍ବାଚନରେ ଦେଶ ପ୍ରଥମ ଥର ପାଇଁ ଜଣେ ନୂଆ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବ । କାରଣ ଚଳିତ ନିର୍ବାଚନରେ କୈାଣସି ପ୍ରଧାନମନ୍ତ୍ରୀ କିମ୍ବା ବିରୋଧୀ ଦଳ ନେତା ନିର୍ବାଚନ ଲଢୁନାହାଁନ୍ତି । ଅନେକ ବିବାଦରେ ଥିବା ବର୍ତ୍ତମାନ ରାଷ୍ଟ୍ରପତି ଥିବା ମୈତ୍ରୀପାଲ ସିରିସେନା ମଧ୍ୟ ନିର୍ବାଚନ ଲଢିବାକୁ ଆଗ୍ରହ ଦେଖାଇ ନାହାଁନ୍ତି । ତାଙ୍କ କାର୍ଯ୍ୟକାଳ ୯ ଜାନୁଆରୀ ୨୦୨୦ରେ ସରିବ । ତା ପୂର୍ବରୁ ୯ ଡିସେମ୍ବର ୨୦୧୯ ସୁଦ୍ଧା ନବ ନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ନଭେମ୍ବର ୧୬ରେ ନିର୍ବାଚନ ହୋଇଥିବାବେଳେ ଏହାରି ଭିତରେ ଯେ କୈାଣସି ସମୟରେ ନିର୍ବାଚନ କମିଶନର ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ । ଏଥର ନିର୍ବାଚନରେ ଦେଶର ଦୁଇଟି ପ୍ରମୁଖ ରାଜନୈତିକ ପରିବାର ନିର୍ବାଚନ ମୈଦାନରେ ମୁହାଁମୁହିଁ ହୋଇଛନ୍ତି । ଏହାକୁ ପ୍ରେମାଦାସା ବନାମ ରାଜପାକ୍ଷେ ଲଢେଇ ବୋଲି ଅଭିହିତ କରାଯାଉଛି । କିଏ ଜିତିବ ନିର୍ବାଚନରେ, କିଏ ପିନ୍ଧିବ ଭାରତର ଏହି ନିକଟତମ ପଡ଼େ।ଶୀର ଦେଶର ରାଜ ମୁକୁଟ । କଲୋମ୍ବୋରେ କାହାର ଚାଲିବ ଶାସନ ତାକୁ ନେଇ ପୂରା ଦକ୍ଷିଣ ଏସିଆ ସତର୍କ ନଜର ରଖିଥିବାବେଳେ ଚୀନ ଓ ଭାରତ ତୀକ୍ଷ୍ଣ ନଜର ରଖିଛନ୍ତି ।

ପ୍ରାର୍ଥୀ ଓ ନିର୍ବାଚନୀ ପ୍ରସଙ୍ଗ

() ଏଥର ଶ୍ରୀଲଙ୍କା ରାଷ୍ଟ୍ରପତି ରେସ୍‌ରେ ରେକର୍ଡ ୩୫ ଜଣ ପ୍ରାର୍ଥୀ ସାମିଲ ହୋଇଛନ୍ତି । ଅର୍ଥନୀତିର ତଳମୁହାଁ, ଦେଶର ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ବଢୁଥିବା ରାଜନୈତିକ ପ୍ରତିଶୋଧପରାୟଣତାକୁ ସବୁ ରାଜନୈତିକ ଦଳ ଇସ୍ତାହାରରେ ମୁଖ୍ୟ ପ୍ରସdhଙ୍ଗ କରିଛନ୍ତି । ତେବେ ୟୁନାଇଟେଡ ନାସନାଲ ପାର୍ଟି (UNP)ର ପ୍ରାର୍ଥୀ ସଜିଥା ପ୍ରେମଦାସା ଏବଂ ଶ୍ରୀଲଙ୍କା ପୋଦୁଜନ ପେରାମୁନା ପାର୍ଟି (SLPP)ର ଗୋତବାୟା ରାଜାପାକ୍ସାଙ୍କ ମଧ୍ୟରେ ତୀବ୍ର ଲଢେଇ ଦେଖିବାକୁ ମିଳିଛି ।

ଆତତାୟୀ ଗୁଳିରେ ହତ୍ୟାର ଶିକାର ହୋଇଥିବା ପୂର୍ବତନ ରାଷ୍ଟ୍ରପତି ରଣସିଂଙ୍ଘ ପ୍ରେମଦାସାଙ୍କ ପୁଅ ସଜିଥା ପ୍ରେମଦାସା ସିଧା ଟକ୍କର ଦେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜାପାକ୍ସାଙ୍କ ଭାଇ ଗୋତବାୟା ରାଜାପାକ୍ସାଙ୍କୁ । ଉଭୟଙ୍କର ଦେଶ ଶାସନ ଉପରେ ଦଖଲ ଥିବାବେଳେ ଦୁହେଁ ଅର୍ଥନୀତିରେ ସୁଧାର ଓ ଦେଶର ସୁରକ୍ଷା ନେଇ ମତଦାତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଗତ ଏପ୍ରିଲ ୨୧ ତାରିଖ ଇଷ୍ଟର ରବିବାରରେ ଚର୍ଚ୍ଚ ଓ ହୋଟେଲ ଆକ୍ରମଣରେ ୨୬୯ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ଏକ ପ୍ରମୁଖ ମୁଦ୍ଦ। ହୋଇଥିବାବେଳେ ୬୯.୯୮ ମିଲିୟନ ଡଲାର ଋଣ ଭାର ମଧ୍ୟ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଏହାସହ ପଡ଼େ।ଶୀ ଦେଶ ସହ ସୁସଂପର୍କ ଓ ସହବସ୍ଥାନକୁ ମଧ୍ୟ ଗୁରୁତ୍ୱ ଦେଇ ଦୁଇ ନେତା ନିର୍ବାଚନ ଲଢିଛନ୍ତି ।

ଭାରତ-ଚୀନ ସହ ଶ୍ରୀଲଙ୍କା ସମୀକରଣ

() ଉଭୟ ରାଜାପାକ୍ସା ଓ ପ୍ରେମଦାସା ଭାରତ ସହ ତାଳ ଦେଇ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାକୁ ଯ଼ୋଜନା ରଖିଛନ୍ତି । କିନ୍ତୁ ଉଭୟଙ୍କୁ ନେଇ ଭାରତ ଅନୁକୂଳ ମନ୍ତବ୍ୟ ରଖିଛି । ଦୁଇ ପ୍ରମୁଖ ରାଷ୍ଟ୍ରପତି ପ୍ରାର୍ଥୀ ଭାରତ ହିତରେ କାର୍ଯ୍ୟ କରିବେ ଓ ଅନ୍ତର୍ଜାତୀୟ ସମର୍ଥନ ଯ଼ୋଗାଇ ଦେବେ ବୋଲି ଆଶା ରଖିଛି ନୂଆଦିଲ୍ଲୀ । ଉତ୍ତର ଶ୍ରୀଲଙ୍କାରେ ତାମିଲ ବିଚ୍ଛିନ୍ନତାବାଦୀଙ୍କ ଗୃହଯୁଦ୍ଧବେଳେ ଗୋତବାୟା ରାଜପାକ୍ଷେ ପ୍ରତିରକ୍ଷା ସଚିବ ଦାୟିତ୍ୱ ତୁଲାଇ ବେଶ ପ୍ରଶଂସା ଭାଜନ ହୋଇପାରିଥିଲେ । ତେଣୁ ସେ ଭାରତ ସହ ଦ୍ୱିପାକ୍ଷିକ ସଂପର୍କକୁ ଆଉ ପାଦେ ଆଗେଇ ନେବେ ବୋଲି ଭାରତ ଆଶା କରୁଛି ।

କିନ୍ତୁ ଚୀନ ଗତ ରାଷ୍ଟ୍ରପତି ନିର୍ବାଚନରେ ମହିନ୍ଦା ରାଜାପାକ୍ସାଙ୍କୁ ସମର୍ଥନ କରି ଅର୍ଥବଳ ଯୋଗାଇ ଦେଇଥିବାରୁ ଏଥର ମଧ୍ୟ ନିର୍ବାଚନରେ ଚୀନ କରେନ୍ସି ୟୁଆନ ଲାଗିଛି ବୋଲି ଭାରତ ସନ୍ଦେହ କରୁଛି । ଏହାକୁ ନେଇ ଭାରତ କିଛି ମାତ୍ରାରେ ଚିନ୍ତିତ ଅଛି । ଯଦି ରାଜାପାକ୍ସା ରାଜମୁ୍କୁଟ ପିନ୍ଧନ୍ତି ତେବେ ଚୀନ ପ୍ରତି ଆନୁଗତ୍ୟକୁ ସେ ଟାଳି ପାରିବେନି ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞ ସନ୍ଦେହ କରୁଛନ୍ତି । ତେବେ ସଜିଥା ପ୍ରେମଦାସା ରାଷ୍ଟ୍ରପତି ହେଲେ ଦକ୍ଷିଣ ଏସିଆରେ ନୂଆଦିଲ୍ଲୀର ସ୍ଥିତି ଆହୁରି ଦୃଢ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ପ୍ରେମଦାସାଙ୍କୁ ତାମିଲ ନାସନାଲ ଆଲିଏନ୍ସ(TNA) ଓ ତାମିଲ ପାର୍ଟି ଇନ୍‌ ଶ୍ରୀଲଙ୍କା (TPSL) ଖୋଲା ସମର୍ଥନ ଦେଇ ନୂଆ ସମୀକରଣ ସୃଷ୍ଟି କରିଛନ୍ତି । ହାର୍ଡଲାଇନର ରାଜପାକ୍ଷେଙ୍କଠାରୁ ପ୍ରେମଦାସା ଭାରତୀୟ ଦ୍ରାବିଡ ମୂଳଭ୍ଧୋବଙ୍କ ପ୍ରତି ଅନୁକମ୍ପା ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ସମୟରେ ସଜିଥା ତାଙ୍କ ପାଖେ ପାଖେ ରହିଥିଲେ ୧୪ ଥର ସାଂସଦ ରହିଥିବା ସଜିଥା ଭାରତ-ଶ୍ରୀଲଙ୍କା ସଂପର୍କର ଉଠାଣି ଗଡ଼ାଣି ସମୟର ଜଣେ ପ୍ରତ୍ୟକ୍ଷଦର୍ଶୀ ନେତା । ତାଙ୍କ ହାତରେ ଶାସନଭାର ରହିଲେ ଭାରତ ସହ ସଂପର୍କ ଆହୁରି ସୁଧୁରିବ ବୋଲି ମତ ଆସୁଛି । ହାମ୍ବନଟୋଟା ବନ୍ଦର ଲିଜ ବିବାଦରେ ଚୀନର କୂଟନୀତିକୁ ଭାରତ ଦୃଢ ବିରୋଧ କରିଥିଲା ।

ଯାହାକୁ ପ୍ରେମଦାସା ଏକ ପଜିଟିଭ ପଏଣ୍ଟ ଭାବେ ଦେଖନ୍ତି । ଏହାସହ ଭାରତ ଶ୍ରୀଲଙ୍କାର ଯୁଦ୍ଧପ୍ରବଣ ଉତ୍ତର ଅଞ୍ଚଳରେ ୧୨ଶହ ଗୃହ ନିର୍ମାଣ ପ୍ରକଳ୍ପ କରି ଘର ହସ୍ତାନ୍ତର କରିସାରିଛି । ଜାଫନା ସାଂସ୍କୃତିକ କେନ୍ଦ୍ର ଗଠନ କରି ତାମିଲମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟକରିବା ଭାରତର ଅନ୍ୟ ଏକ ଉଦ୍ୟମ ଯାହା ଫଳପ୍ରଦ ହୋଇଛି । ଗତ ଦୁଇ ଦଶନ୍ଧୀ ହେଲା ଭାରତୀୟ ସାମୁଦ୍ରିକ ଅଞ୍ଚଳ (IOR)ରେ ପ୍ରଭୁତ୍ୱ ହାସଲ ଲାଗି ଉଦ୍ୟମ ଜାରି ରଖିଛି । ସେଥିପାଇଁ ସିହଂଳୀ ଅର୍ଥନୀତିରେ ଚୀନ ମହିନ୍ଦା ରାଜପାକ୍ଷେ ଅମଳରୁ ଦବଦବା ଜାହିର କରିସାରିଛି । କଲୋମ୍ବୋ ପୋର୍ଟ ସିଟି ପ୍ରକଳ୍ପ ମଧ୍ୟ ବ୍ୟବସାୟିକ ଲକ୍ଷ୍ୟରେ ଖୋଲିସାରିଛି । ଚୀନ ଓ ଶ୍ରୀଲଙ୍କା ଏଥିପାଇଁ ହାତ ମିଳାଇ ଶ୍ରୀଲଙ୍କାକୁ ଏକ ପୋର୍ଟ ସିଟି ହବ୍‌ କରିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଭାରତ ଯୋଗଦାନ ନକଲେ ଏହାର ଲକ୍ଷ୍ୟ କେବେ ବି ପୂରଣ ହେବନି ବିଶେଷଜ୍ଞ କହିଛନ୍ତି । ସେଥିପାଇଁ ଶ୍ରୀଲଙ୍କା ସହ ଭାରତର ସୁସଂପର୍କ ରକ୍ଷା କରିବା ମଧ୍ୟ ଜରୁରୀ ହୋଇପଡିଛି । ')}

Leave a Reply