ଅମ୍ଫାନ ବାତ୍ୟା କ୍ଷୟକ୍ଷତିର ଆସିଲା ପ୍ରଥମ ଆକଳନ ରିପୋର୍ଟ

ଭୁବନେଶ୍ୱର: ଆସିଲା ରାଜ୍ୟ ସରକାରଙ୍କ ଅମ୍ଫାନ ବାତ୍ୟା ନେଇ ପ୍ରଥମ ଆକଳନ ରିପୋର୍ଟ । ବାତ୍ୟା ଅମ୍ଫାନ୍‌ରେ ମୋଟ ୧୦ ଜିଲ୍ଲା ପ୍ରଭାବିତ। ୯ହଜାର ୮୩୩ ଗାଁ, ୧୫ଶହ ୫୮ ଗ୍ରାମ ପଞ୍ଚାୟତ, ୯୨ ବ୍ଳକ୍‌, ୨୭୨ ଓ୍ୱାର୍ଡ, ୨୨ଟି ପୌରାଞ୍ଚଳ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ମୋଟ୍‌ ୪୪ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସରକାର ରିପୋର୍ଟରେ ଦର୍ଶାଇଛନ୍ତି ।

ବର୍ଷା ପବନରେ ୮ଲକ୍ଷ ୭୨ହଜାର ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଥିବା ବେଳେ ୫ଶହ ଘର ସଂପୂର୍ଣ୍ଣ ନଷ୍ଟ । ୧୫ହଜାର ଘର ଆବାଶିକ ନଷ୍ଟ ହୋଇଛି । ୨୮ଟି ବୃହତ୍‌ ଜୀବ,୯ଟି କ୍ଷୁଦ୍ର ପ୍ରାଣୀ, ୩ହଜାର ୬୮୦ କୁକୁଡ଼ା ଓ ବତକ ପ୍ରାଣ ହରାଇଛନ୍ତି । ଚଳିତ ବାତ୍ୟାରେ ରାଜ୍ୟର ଜଣେ ବି ପ୍ରାଣ ହରାଇ ନାହାଁନ୍ତି ।

ବାତ୍ୟା ଆସିବା ପୂର୍ବରୁ ୨ଲକ୍ଷ ୩୪୬ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଆସନ୍ତା ୨୬ ତାରିଖରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବେ । ତେବେ ବାତ୍ୟାରେ ୩୪ କିଲୋମିଟରର ୩୩ କେଭି ଲାଇନ୍‌, ୪୫୩ କିଲୋମିଟର ୧୧କେଭି ଲାଇନ୍‌ ଓ ୬୮୦ କିଲୋମିଟର୍‌ ଏଲ୍‌ଟି ଲାଇନ୍‌ ପ୍ରଭାବିତ ହୋଇଛି । ପବନରେ ଓଲିଟି ପଡିଛି ୨ହଜାର ୪୩୯ଟି ଟ୍ରାନ୍‌ସଫର୍ମର ।

Leave a Reply