spot_img

Latest Posts

ମୋ ସ୍ତ୍ରୀକୁ ଭୁଲ ଇଞ୍ଜେକ୍ସନ ଦେଇ ମାରିଦେଲେ

ବାରିପଦା: ଭୁଲ ଇଞ୍ଜେକ୍ସନ ନେଇଗଲା ଦୁଇ ଦୁଇଟି ଜୀବନ। ଗର୍ଭବତୀ ମା ସହ ଦୁନିଆକୁ ଆସିବା ପୂର୍ବରୁ ଗର୍ଭ ଭିତରେହିଁ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଏଭଳି ଅଭିଯୋଗ ଆସିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ଦୁର୍ଗା ନର୍ସିଙ୍ଗ ହୋମ ଠାରେ। ମା ଓ ଶିଶୁ ମୃତ୍ୟୁ ପରେ ଦୁର୍ଗା ନର୍ସିଙ୍ଗ ହୋମରେ ପରିବାର ଲୋକଙ୍କ ପକ୍ଷରୁ ଉତ୍ତେଜନା ଦେଖିବାକୁ ମିଳିଛି।

ମୃତକ ହେଲେ ୱାର୍ଡ ନଂ-୨୪ କଳିକାପୁରର ସନ୍ଦୀପ ଦାସଙ୍କ ସ୍ତ୍ରୀ ଆରତୀ ମଣି ଦାସ। ଅଭିଯୋଗ ଅନୁସାରେ ଆଜି ସକାଳେ ମହିଳା ଜଣକଙ୍କର ଗର୍ଭରେ ଯନ୍ତ୍ରଣା ହେବାରୁ ବାରିପଦା ଦୁର୍ଗା ନର୍ସିଙ୍ଗ ହୋମରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କୌଣସି ଟେଷ୍ଟ ନକରି ପ୍ରଥମେ ଡାକ୍ତର ଇଞ୍ଜେକ୍ସନ ଦେଇଥିଲେ।

ଇଞ୍ଜେକ୍ସନ ଦେବାର ମାତ୍ର ୫ ମିନିଟ ପରେ ଗର୍ଭବତୀଙ୍କର ଜୀବନ ଚାଲିଯାଇଥିଲା। ତେବେ ଡାକ୍ତର ମାନେ କିଛି ପରୀକ୍ଷା ନକରି ଭୁଲ ଇଞ୍ଜେକ୍ସନ ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକର ସ୍ୱାମୀ ଓ ପରିବାର ଲୋକେ। ଏନେଇ ନର୍ସିଙ୍ଗ ହୋମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Latest Posts

Don't Miss