spot_img

Latest Posts

ପ୍ରସବ ବେଦନାରେ ଛଟପଟ ହୋଇ ହସ୍ପିଟାଲରୁ ହସ୍ପିଟାଲ ବୁଲିଲେ ଗର୍ଭବତୀ, ଶେଷରେ ଆମ୍ବୁଲାନ୍ସରେ ହେଲା ମୃତ୍ୟୁ

ନୋଏଡ଼ା: ସମୟରେ ଚିକିତ୍ସା ନ ମିଳିବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ଏ ଘଟଣା ଘଟିଛି ଉତ୍ତରପ୍ରଦେଶର ନୋଏଡ଼ାରେ । ଗର୍ଭବତୀଙ୍କୁ ନେଇ ପରିବାର ଲୋକ ମେଡିକାଲ ତ ଯାଇଥିଲେ । କିନ୍ତୁ, ହସ୍ପିଟାଲ କର୍ତ୍ତୃପକ୍ଷ ଆଡମିଶନ କରିନଥିଲେ । ଫଳରେ ଗର୍ଭରେ ଥିବା ୮ ମାସର ଛୁଆ ସମେତ ମହିଳାଙ୍କ ମୃତ୍ୟୁ ହୋଇଛି । ସମାଜବାଦୀ ପାର୍ଟି ନେତା ଅନୁରାଗ ଭଦୌରିଆ କହିଛନ୍ତି ଉତ୍ତରପ୍ରଦେଶରେ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି ।

ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ବି ମେଡିକାଲରେ ଯାଗା ମିଳୁନି । ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ହେବ ବୋଲି ଅନୁରାଗ ପ୍ରଶ୍ନ କରିଛନ୍ତି । ସରକାର ମୃତ୍ୟୁ ପାଇଁ ଦାୟୀ ରହିବା ସହ ନୋଏଡ଼ା ପ୍ରଶାସନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । କେବଳ କାଗଜପତ୍ରରେ ଦେଖାଇବାକୁ ବଡ଼ ବଡ଼ କଥା କୁହାଯାଉଛି, ସରକାର ନିଜେ ଦାୟିତ୍ୱ ନିଅନ୍ତୁ ବୋଲି ଅନୁରାଗ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ପ୍ରବକ୍ତା ଅଖିଳେଶ ସିଂହ ମଧ୍ୟ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ମଧ୍ୟ ନୋଏଡ଼ାରେ ହୋଇଥିବା ଏହି ଘଟଣାରେ ଦୋଶୀ ଡାକ୍ତରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।

କ’ଣ ଥିଲା ପୁରା ମାମଲା-

ନୋଏଡାଠାରେ ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସ ଭିତରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ଅନେକ ଘଣ୍ଟା ଧରି ଗର୍ଭବତୀ ମହିଳା ଆମ୍ବୁଲାନ୍ସ ଯୋଗେ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ ଦୌଡ଼ିଥିଲେ, କିନ୍ତୁ ନୋଏଡାର ପ୍ରମୁଖ ସରକାରୀ ଏବଂ ଘରୋଇ ଡାକ୍ତରଖାନା ମହିଳାଙ୍କୁ ଆଡମିଟ୍ କରିବାକୁ ମନା କରିଦେଇଥିଲେ।

ମହିଳା ଜଣକ ଗାଜିଆବାଦର ବାସିନ୍ଦା ଥିବା ସୂଚନା ମିଳିଛି ।  ମହିଳାଙ୍କର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତେଣୁ ପ୍ରଥମେ ESI ଡାକ୍ତରଖାନା ନିଆଯାଇଥିଲା । ଗର୍ଭବତୀ ମହିଳାଙ୍କୁ ESI ଡାକ୍ତରଖାନା ଜିଲ୍ଲା ଡାକ୍ତରଖାନାକୁ ପଠାଇଦେଇଥିଲା । ପୁଣି ଜିଲ୍ଲା ଡାକ୍ତରଖାନା ଶାରଦା ଡାକ୍ତରଖାନାକୁ ରେଫର କରିଥିଲେ ଏବଂ ଶାରଦା ଡାକ୍ତରଖାନା ଜିମ୍ସ ଡାକ୍ତରଖାନାକୁ ରେଫର କରିଥିଲା । ଜିମ୍ସରେ ବେଡ୍ ଖାଲି ନଥିବାରୁ ଡାକ୍ତରଖାନା କର୍ତ୍ତୁପକ୍ଷ କହିଥିଲେ । ତାପରେ ମହିଳାଙ୍କୁ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେମଧ୍ୟ ତାଙ୍କୁ ଆଡମିଟ କରିବା ପାଇଁ ମନା କରିଦେଇଥିଲେ। ପରେ ମହିଳାଙ୍କୁ ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା । ତେବେ ବିଳମ୍ବ ହେତୁ ମହିଳା ଜଣଙ୍କର ଆମ୍ବୁଲାନ୍ସରେ ହିଁ ମୃତ୍ୟୁ ହୋଇଥିଲା ।

 

 

 

 

Latest Posts

Don't Miss