ରାସ୍ତା ନଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ,, ଖଟିଆରେ ବୁହା ହେଲେ ଗର୍ଭବତୀ

ଆନନ୍ଦପୁର : ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ଗାଁକୁ ରାସ୍ତା ନଥିବାରୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଖଟିଆରେ ହେଲା ପ୍ରସବ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ  ମଧୁବନ ଗାଁର ପାର୍ବତୀ ପ୍ରସବ ଯନ୍ତ୍ରଣା ପାଇବା ପରେ ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ଗାଁକୁ ରାସ୍ତା ନଥିବାରୁ ଯାଇପରିଲାନି ଆମ୍ବୁଲାନ୍ସ । ଫଳରେ ୩ କିଲୋମିଟର ଦୂରରେ ଠିଆ ହୋଇଥିଲା ।  ପରିବାର ଲୋକେ ଖଟିଆରେ ପାର୍ବତୀଙ୍କୁ ଏକ ନାଳ ପାର କରାଇ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଏହି  ସମୟରେ ଖଟିଆରେ କନ୍ୟା ସନ୍ତାନ ଜନ୍ମ ହୋଇଛି ।  ଆମ୍ବୁଲାନ୍ସ ଯୋଗେ ପାର୍ବତୀଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏବେ ଉଭୟ ମା ଏବଂ ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି । ମଧୁବନ ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବାରୁ ଏବଂ ମଝିରେ ଏକ ନାଳ ଥିବାରୁ ଏହି ରାସ୍ତାକୁ ମରାମତି ପାଇଁ ଦାବି ହେଉଛି।