ଲକଡାଉନ୍ ଭାରତ: ଘରକୁ ଫେରୁଥିବା ପ୍ରବାସୀ ମହିଳା ରାସ୍ତାକଡରେ କଲେ ପ୍ରସବ,ଦୁଇ ଘଣ୍ଟା ପରେ ପୁଣି ଆରମ୍ଭ କଲେ ଚାଲିବା..

ନାସିକ୍: ମାଆର ମମତା ଆଗରେ ହାର ମାନିଲେ ସୂର୍ଯ୍ୟଦେବତା । କରୋନା ପାଇଁ ଲକଡାଉନ୍ ଆଉ ଲକଡାଉନ୍ ପାଇଁ ସବୁ ପ୍ରକାର ଯାତାୟତ ଠପ୍ ହୋଇଯାଇଛି । ଏଭଳି ସ୍ଥିତିରେ କାମଦାମ ନଥିବାରୁ ସମସ୍ତଙ୍କ ପାଖରେ ଅଭାବ ଅଭାବ । ତେଣୁ ଖାଦ୍ୟ ପାଇଁ ଡହଳବିକଳ ହୋଇ ଗର୍ଭବତୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ବାହାରି ପଡ଼ିଲେ ନିଜ ଗାଁକୁ । ଗାଁରେ ପହଞ୍ଚିବା ପୂର୍ବରୁ ଅଧରାସ୍ତାରେ ଗର୍ଭବତୀ ଜଣଙ୍କ ଜନ୍ମ ଦେଲେ ଶିଶୁକୁ । ଘଟଣାଟି ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ।

ସୂଚନା ଅନୁସାରେ ଗର୍ଭବତୀ ତାଙ୍କ ସ୍ୱାମୀଙ୍କସହ ନାସିକ୍ ଜିଲ୍ଲାରେ ଥିବା ତାଙ୍କ ଗାଁ ସନତାକୁ ବାହାରିଥିଲେ ।  ଡହଡହ ଖରାରେ ରାସ୍ତାରେ ଚାଲିଚାଲି ଯାଉଥିଲେ ଗର୍ଭବତୀ  । । କିନ୍ତୁ ଗାଁରେ ପହଞ୍ଚିବା ପୂର୍ବରୁ ଅଧରାସ୍ତାରେ ଅସହ୍ୟ ହେଲା ଗର୍ଭଜନ୍ତ୍ରଣା । ଡହଡହ ଖରାରେ ୩୦କିମି ଚାଲିବା ପରେ ରାସ୍ତାକଡ଼ରେ ପ୍ରସବ ହୋଇଥିଲା ।

ଆଉ ତାପରେ ରାସ୍ତାରେ ଶାଢି ଆଢୁଆଳରେ ଜନ୍ମ ନେଲା ନବଜାତ । ସେତିକିରେ ବି ସରି ନଥିଲା କଷ୍ଟ ଶିଶୁକୁ ଦେଖି ଖୁସି ତ ହୋଇଥିଲେ ସେମାନେ କିନ୍ତୁ ବାଟ ଥିଲା ବହୁତ ଦୂର ।  ଶିଶୁ ଜନ୍ମ ହେବାର ମାତ୍ର ୨ଘଣ୍ଟାର ବିଶ୍ରାମ ପରେ ବାହାରି ପଡିଥିଲେ ଦମ୍ପତ୍ତି । ଚାଲି ଚାଲି ଯିବା ସମୟରେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସୀମାରେ ଥିବା ଗ୍ରାମୀଣ ଥାନା ଅଧିକାରୀଙ୍କ ନଜର ସେମାନଙ୍କ ଉପରେ ପଡ଼ିିଥିଲା ।  ଥାନା ଅଧିକାରୀ  ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ନେଇଥିଲେ ।

ଥାନା ଅଧିକାରୀଙ୍କ କହିବା ଅନୁସାରେ ଏମାନେ ବୃତ୍ତିରେ ଶ୍ରମିକ  । ସେମାନେ ନାସିକଠାରୁ ୩୦ କିଲୋମିଟର ଦୂର ଏକ ଗାଁରେ କାମ କରୁଥିଲେ ଏବଂ ତାଙ୍କ ଘର ସତନା ଜିଲ୍ଲାର ଉପଚାରୟା ଗାଁରେ । ଲକଡାଉନ୍ ପାଇଁ କାମ ସବୁ ବନ୍ଦ ହୋଇଯାଇଥିବାରୁ ଖାଇବା ନପାଇ ଏମାନେ ଘର ମୁହାଁ ହୋଇଥିଲେ । ପ୍ରାୟ ୧୫ରୁ ୧୬ଜଣ ଶ୍ରମିକ ଗାଁକୁ ଫେରିଥିଲେ ସେଥିରେ ୧୦ ଶିଶୁ ଥିଲେ ।

ଏମାନଙ୍କ ମଧ୍ୟରୁ  ଶକୁନ୍ତଳା ନାମକ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ରାକେଶ ମଧ୍ୟ ଥିଲେ । ଶକୁନ୍ତଳା ଗର୍ଭବତୀ ଥିଲେ ଏବଂ ସେ ନାସିକ ଏବଂ ଧୁଲିଆ ମଝିରେ ହିଁ ସେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ସେଠାରେ ଏହି ସମୟରେ କିଛି ସ୍ଥାନୀୟ ଲୋକ ତାଙ୍କୁ ସହଯୋଗ କରିଥିଲେ । ଏହା ପରେ ସେଠାରେ ୨ଘଣ୍ଟା ରହିବା ପରେ ସେମାନେ ଗାଁ ମୁହାଁ ହୋଇଥିଲେ ।

ପରେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ସୀମାରେ ଗ୍ରାମିଣ ଥାନା ଅଧିକାରୀ ସେମାନଙ୍କୁ ଦେଖିଥିଲେ  । ଏହି ଶ୍ରମିକମାନେ ଥାନା ଅଧିକାରୀଙ୍କୁ ଦେଖି ଭୟରେ ଦୌଡିଥିଲେ । ତେବେ ଅଧିକାରୀ ଜଣଙ୍କ ସେମାନଙ୍କୁ ବୁଝାଇ ପ୍ରଥମେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖି ଥିଲେ ଏବଂ ପରେ ବସର ବ୍ୟବସ୍ଥା କରାଇ ସେମାନଙ୍କୁ ତାଙ୍କ ଗାଁକୁ  ପଠାଇ ଦେଇଥିଲେ ।

Leave a Reply