ପୁଣି ୮କିମି ଭାରରେ ବୁହାହେଲେ ଗର୍ଭବତୀ, ବିଳମ୍ବରେ ଆସିଲା ୧୦୮ ଆମ୍ବୁଲାନ୍ସ

ରାୟଗଡ଼ା: ମହିଳାଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସୁବିଧା ଦେଇ ଆସୁଥିବା ବେଳେ ଏବେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଜଣେ ଗର୍ଭବତୀ ଭାରରେ ବୁହା ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ନିୟମଗିରି ପାହାଡ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଦୃଗମ ଗାଁରେ । ଗାଁର ମହିଳା କାଡ୍ରାକା ଲକେ ଗର୍ଭବତୀ ଥିବା ବେଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା ।

ଦୀର୍ଘ ୭ଦିନ ହେବ ଝାଡା, ପରିସ୍ରା ହେଉନଥିବା ଯୋଗୁଁ ଗୁରୁତ୍ୱର ହୋଇ ପଡିଥିଲେ କାଡ୍ରାକା ଲକେ । ପରିବାର ଲୋକେ ସକାଳ ୭ଟା ସମୟରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଗାଡି ନଥିବାରୁ ତାହା ଆସିପାରି ନଥିଲା । ଗର୍ଭବତୀଙ୍କ ଜୀବନ ବଞ୍ଚାଇବାକୁ ଭାରରେ ବୋହି ଦିର୍ଘ ୮କିମି ବହି ଗିରିଆ ଗୁଡା ଗାଁ ନିକଟକୁ ନିଆଯାଇଥିଲା । ସେତିକିରେ ସରିନଥିଲା କଷ୍ଟ ଦୀର୍ଘ ୮କିମି ଦୂର ବୁହା ହେବା ପରେ ପୁଣି ସେଠାରେ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ ପରିବାର ଲୋକ । ତେବେ ଦୀର୍ଘ ଅଧଘଣ୍ଟା ପରେ ଆମ୍ବୁଲାନ୍ସ ଆସି ଗର୍ଭବତୀଙ୍କୁ ଉଦ୍ଧାରକରି କଲ୍ୟାଣସିଂହପୁର ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରେରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ପରେ ଗର୍ଭବତୀ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।

Leave a Reply