ଖରାପ ରାସ୍ତା କାରଣରୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ ,ରାସ୍ତାରେ ପ୍ରସବ କଲେ ଫଗୁଣଦେଇ

ରାୟଗଡ଼ା: ଖାଲ ଖମା ରାସ୍ତାରେ ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ନଥିବାରୁ ମହିଳାଙ୍କ ପାଖରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଆଶା ଦିଦି ଏବଂ ଆମ୍ବୁଲାନ୍ସ କର୍ମଚାରୀ ୩  କିଲୋମିଟର ବୋହିନେଲେ ମହିଳାଙ୍କୁ । ପ୍ରସବ ଯନ୍ତ୍ରଣା ସହି ନପାରି ରାସ୍ତା ମଝିରେ ଖୋଲା ଆକାଶ ତଳେ ଜନ୍ମ ଦେଲେ ଦୁଇଟି ସନ୍ତାନଙ୍କୁ । କିନ୍ତୁ ଦୁଃଖ ବୋଧେ ଏତିକିରେ ସରି ନଥିଲା ।

 

କାରଣ ଦୁଇଟି ସନ୍ତାନଙ୍କ ମଧ୍ୟରୁ ଜନ୍ମ ହେବାର କିଛ ସମୟ ମଧ୍ୟରେ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଏକ ଘଟଣା ଦେଖିବକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଅଡାଝୋଲି ଗାଁରେ ।

ଅଡାଝୋଲି ଗାଁର ଫଗୁଣଦେଇ ମାଝୀ । ଆଜି ସକାଳୁ ତାଙ୍କର ଜନନୀ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏନେଇ ଘର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ରାସ୍ତା ଖରାପ ଥିବାରୁ ୩ କିଲୋମିଟର ପୂର୍ବରୁ ଅଟକିଯାଇଥିଲା ଆମ୍ବୁଲାନ୍ସ ।

ଏହା ପରେ ଆଶା ଦିଦି ଏବଂ ୧୦୨ ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କୁ କାନ୍ଧରେ ବୋହି ନେଇଲେ  । କିନ୍ତୁ ଯନ୍ତ୍ରଣା ଅଧିକ ହେବାରୁ ଅଧା ବାଟରେ ଦୁଇଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ମହିଳା । ତେବେ କିଛି ସମୟ ପରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ  ମା ଓ ଶିଶୁ ପୁତ୍ରଟିକୁ ଟିକିରି ମେଡିକାଲ ରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

Leave a Reply