କୋଟିଏ ଟଙ୍କାର ମୂଲ୍ୟବାନ ରତ୍ନପଥର ଜବତ !

RATNA PATHARA

ରାୟଗଡା: ରାୟଗଡାରୁ ମୂଲ୍ୟବାନ ରତ୍ନପଥର ଜବତ । ସହରର ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରୁ ବିପୁଳ ପରିମାଣରେ ରତ୍ନ ପଥର ଜବତ କରିଛି ରାୟଗଡା ପୋଲିସ ଓ କ୍ରାଇମବ୍ରାଞ୍ଚ । ବିଶେଷସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଓ ରାୟଗଡା ପୋଲିସ ମିଳିତ ଭାବେ ଚଢ଼ାଉ କରି ପ୍ରାୟ ୧୫୫ କିଲୋ ରତ୍ନ ପଥର ଜବତ କରିଛନ୍ତି । ଘଟଣାରେ ଜିତେନ୍ଦ୍ର କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

RATNA PATHARA

ଜିତେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନେଇ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତେବେ କେଉଁ ସ୍ଥାନରୁ ଆଣି ଏହା ଗଛିତ ରଖିଥିଲେ ତାହା ଜଣାପଡିନାହିଁ । ଏହାର ତଦନ୍ତ ଜାରି ରହିଛି । ଏଥିରେ ପ୍ରାୟ ୨୨ ପ୍ରକାର ରତ୍ନପଥର ଥିବା ଜଣାପଡ଼ିଛି । ଏହାର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି ।

RATNA PATHARA

Leave a Reply