ମୌସୁମୀ ଓପାଡିଲା ଗଛ, ଉଡାଇଲା ଟିଣ
1 min readମୁମ୍ବାଇ: ମହାରାଷ୍ଟ୍ରରେ ପହଞ୍ଚିଲା ମୌସୁମୀ । ପହଞ୍ଚିବା କ୍ଷଣି ତାଣ୍ଡବ ରଚିଛି ମୌସୁମୀ । ଉଡିଲା ଟିଣ, ଓପାଡି ଦେଲା ବଡବଡ ଗଛ । ଗତ ୨୪ ଘଣ୍ଟା ମଧ୍ୟରେ ଥାଣେର ୬ ଟି ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି । ଜୁହୁ ବିମାନ ବନ୍ଦର ଅଞ୍ଚଳରେ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୌସୁମୀର ତାଣ୍ଡବରେ କେହି ମୃତାହତ ହୋଇ ନାହାନ୍ତି ।
Maharashtra | A tree uprooted and fell on a tempo vehicle parked near it in Lodha Paradise, Majiwada area of Thane district due to strong winds and heavy rainfall. No injuries reported. pic.twitter.com/I9BPSTm8a9
— ANI (@ANI) June 11, 2022
ଆଗାମୀ ୩ ରୁ ୪ ଘଣ୍ଟା ମଧ୍ୟରେ ଥାଣେ, ରାଇଗଡ, ପାଲଘର, ରତ୍ନଗିରି, ସିନ୍ଧୁଦୁର୍ଗ ଓ ମୁମ୍ବାଇରେ ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ । ଅନ୍ୟପଟେ ମୌସୁମୀ ବର୍ଷା ପରେ ଅସହ୍ୟ ଗରମରୁ ଲୋକଙ୍କୁ ମିଳିଛି ତ୍ରାହି । ଆହୁରି ୪ ଦିନ ତାପମାତ୍ରା ହ୍ରାସ ହେବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।
ଏହା ବର୍ଷର ପ୍ରଥମ ପ୍ରାକ ମୌସୁମୀ ବର୍ଷା ହୋଇଥିବାବେଳେ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ୧୫ ମିମି ବର୍ଷା ରେକର୍ଡ କରାଯାଇଛି । ଗତ ବର୍ଷ ୨ ଦିନ ପୂର୍ବରୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥିଲା । ସେହି ସମୟରେ ସହରରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।