spot_img

Latest Posts

ଓଡିଶା ଛୁଇଁବ ମୌସୁମୀ… ଆଜିଠୁ ଅଧା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ପୂର୍ବରୁ ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୮ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୨ ରୁ ୩ ଦିନ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ। ବର୍ତମାନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ସଂଲଗ୍ନ ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ଆଖ ପାଖ ଅଂଚଳରେ ଏକ ଲଘୁଚାପ ବଳୟ  ସୃଷ୍ଟି  ହୋଇଛି।

ଏହି ‘ଲଘୁଚାପ ବଳୟ’ , ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଓଡ଼ିଶାର ଗଂଜାମ, ଗଜପତି, ପୁରୀ , କନ୍ଧମାଳ , କଳାହାଣ୍ଡିରେ ପ୍ରବଳ ଏବଂ କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହି ଲଘୁଚାପ ବର୍ଷା ମୌସୁମୀ ଆଗମନର ପ୍ରାକ ସୂଚନା।

Latest Posts

Don't Miss