spot_img

Latest Posts

ପାଟକୁରାରେ ନିର୍ବାଚନୀ ହିଂସା, ଭୋଟରଙ୍କୁ ହତ୍ୟା ଧମକ ଦେଉଛନ୍ତି ସରପଞ୍ଚ ପ୍ରାର୍ଥୀନୀଙ୍କ ଦିଅର

କେନ୍ଦ୍ରାପଡ଼ା: ପାଟକୁରାରେ ପୁଣି ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀନୀଙ୍କ ଦିଅରଙ୍କ ନାଁ’ରେ ହତ୍ୟା ଧମକର ସଙ୍ଗୀନ ଅଭିଯୋଗ । ହତ୍ୟା ଧମକର ଅଭିଯୋଗ ହେବା ପରେ ପାଟକୁରା ଥାନାରେ ଏତଲା । ଆରମ୍ଭ ହୋଇଗଲାଣି ପଞ୍ଚାୟତ ନିର୍ବାଚନ, ଲାଗଛି ଆଚରଣ ବିଧି । ଆଚରଣ ବିଧିକୁ ଅବମାନନା କରି ସରପଞ୍ଚ ପ୍ରାର୍ଥୀନୀଙ୍କ ଦିଅର ଭୋଟରଙ୍କୁ ଦେଉଛନ୍ତି ହତ୍ୟା ଧମକ । ଘଟଣାଟି ଘଟିଛି ପାଟକୁରା ଥାନା ମାର୍ଶାଘାଇ ବ୍ଲକ ତାଳସଙ୍ଗା ଗ୍ରାମରେ । ତାଳସଙ୍ଗା  ସରପଞ୍ଚ ପ୍ରାର୍ଥୀନୀ ଅଶାନ୍ତି ସ୍ୱାଇଁ ଯାହାଙ୍କ ଚିହ୍ନ ହେଉଛି ଖୋଲାବହି । ଅଶାନ୍ତିଙ୍କ ଦିଅର ସିଦ୍ଧାର୍ଥ ବେହେରା ଓରଫ୍ କାଳିଆ ସେହି ଗ୍ରାମର ଜଣେ ଯୁବକ ଦୀନବନ୍ଧୁ ମହାପାତ୍ରଙ୍କୁ ଗତକାଲି ବିଳମ୍ବିତ ରାତ୍ରିରେ ଫୋନ୍ କରି ଅସଭ୍ୟ ଭାଷାରେ ଗାଳି ଦେବା ସହିତ ଭୋଟ ସରିଲା ପରଦିନ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଦୀନବନ୍ଧୁ ପାଟକୁରା ଥାନାରେ ଅଭିଯୋଗ କରିବା ସହିତ ରେକର୍ଡିଂ କରିଥିବା ଅଡିଓ ଥାନାରେ ଦାଖଲ କରିଛନ୍ତି ।

Latest Posts

Don't Miss