ଗଭୀର ଅବପାତର ରୂପ ନେଲା ବାତ୍ୟା, ୧୮ ସକାଳେ ଗୁଜରାଟ ଉପକୂଳ ଛୁଇଁବା ଆଶଙ୍କା

1 min read

ନୂଆଦିଲ୍ଲୀ: ଆରବ ସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଲାକ୍ଷାଦ୍ୱୀପରୁ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଘଣ୍ଟା ପ୍ରତି ୧୯ କିମି ବେଗରେ ଗତ ୬ ଘଣ୍ଟା ହେଲା ଗତି କରୁଛି । ଏହା ଲାକ୍ଷାଦ୍ୱୀପ ଓ ତତସଂଲଗ୍ନ ଦକ୍ଷିଣପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଅମିନି ଡିବି ଠାରୁ ଉତ୍ତରପଶ୍ଚିମରେ ୫୦ କିମି ଦୂରରେ ରହିଛି । କନ୍ନୁରରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୩୧୦ କିମି, ଗୁଜରାଟର ଭେରାଭାଲ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୦୬୦ କିମି ଦୂରରେ ରହିଛି ।

Pre Cyclone Watch For South Gujarat & Diu Coasts

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଶକ୍ତିଶାଳୀ ହେବ । ଏହା ଉତ୍ତକ-ଉତ୍ତରପଶ୍ଚିମକୁ ଗତି କରି ମେ ୧୮ ସକାଳେ ଗୁଜରାଟ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପ୍ରଭାବରେ ଲାକ୍ଷାଦ୍ୱୀପରେ ୧୫ ଓ ୧୬ ତାରିଖରେ ପ୍ରବଳ ବର୍ଷା ହେବ । କେରଳରେ ୧୪ରୁ ବର୍ଷା ଆରମ୍ଭ ହୋଇ ୧୬ ଓ ୧୭ରେ ପ୍ରବଳ ବର୍ଷିବ । ଉପକୂଳ କର୍ଣ୍ଣାଟକ ଓ ଲାଗି ରହିଥିବା ଜିଲ୍ଲାରେ ୧୫ ଓ ୧୬ ତାରିଖ ପ୍ରବଳ ବର୍ଷା ଆଶଙ୍କା ରହିଛି । କୋଙ୍କଣ ଓ ଗୋଆରେ ୧୫ ଓ ୧୬ରେ ପ୍ରବଳ ବର୍ଷା ହେବ । ଗୁଜରାଟ ଉପକୂଳ ଜିଲ୍ଲା ଓ ସୌରାଷ୍ଟ୍ରରେ ୧୬ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇ ୧୮ ତାରିଖ ଯାଏ ଜାରି ରହିବ । ୧୭ ଓ ୧୮ରେ ଦକ୍ଷିଣପଶ୍ଚିମ ରାଜସ୍ଥାନର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ ।

Pre Cyclone Watch For South Gujarat & Diu Coasts

ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ । ୧୮ ସକାଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବା ନେଇ ଆକଳନ କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Leave a Reply