ପ୍ରାକ୍ ବଜେଟ୍ ବୈଠକ, ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନୁଦାନ କାଟ କରିବାର ସମ୍ଭାବନା ଦେଖାଦେଇଛି । ଯାହାର ପ୍ରଭାବ ଆସନ୍ତା ବଜେଟରେ ପଡ଼ିବ । କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ୍ ବୈଠକରେ ଅଭିଜ୍ଞଙ୍କଠାରୁ ମତାମତ ଲୋଡ଼ାଯାଇଛି । ମୁଖ୍ୟତଃ ଅନାଦାୟ ଟିକସ ସଂଗ୍ରହ ଉପରେ ଦିଆଯିବ ଗୁରୁତ୍ୱ । ରାଜସ୍ୱ ବୃଦ୍ଧି ପାଇଁ ସମୀକ୍ଷକଙ୍କ କ୍ଷେତ୍ର ପରିଦର୍ଶନ ଉପରେ ଦିଆଯିବ ଗୁରୁତ୍ୱ ।ଗୋଟିଏ ପଟେ ମାନ୍ଦାବସ୍ଥା ଯୋଗୁ କେନ୍ଦ୍ରର ଅନୁଦାନ ହ୍ର।ସ ଘୋଷଣା ତ ଅନ୍ୟପଟେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିର ଯୋଜନା ପାଇଁ ଅର୍ଥର ଆବଶ୍ୟକତା । ଗତ ଥର ରାଜ୍ୟ ବଜେଟ ଥିଲା ୧ ଲକ୍ଷ ୩୯ ହଜାର କୋଟି ଟଙ୍କା । ଯାହା ଆସନ୍ତା ଥର ୧ ଲକ୍ଷ ୫୫ ହଜାର କୋଟି ଟଙ୍କାକୁ ଟପିବାର ସମ୍ଭାବନା ରହିଛି । ବିନା ଟିକସ ବୃଦ୍ଧିରେ କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ପ୍ରାକ୍ ବଜେଟ୍ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ସ୍ତରରୁ ଆସିଥିବା ମତାମତ ଉପରେ ଆସନ୍ତୁ ଦୃଷ୍ଟି ପକାଇବା ।

– ପଞ୍ଚାୟତକୁ ଦିଆଯାଉ ବିଦ୍ୟୁତ୍ ବିଲ୍‌ ଆଦାୟ କ୍ଷମତା

– ଶିଳ୍ପାନୁଷ୍ଠାନଙ୍କଠାରୁ ବକେୟା ଟିକସ ଆଦାୟ

– ବେଆଇନ୍ ଖଣି କାରବାରରୁ ଫାଇନ ଆଦାୟ । ଶାହା କମିସନ ୬୮ହଜାର କୋଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ଆଦାୟ ହୋଇଛି କେବଳ ୧୭ ହଜାର କୋଟି

– ଶିକ୍ଷା ଅଧିକାର ଆଇନ୍ ଜରିଆରେ ଶିକ୍ଷକ ନିଯ଼ୁକ୍ତିଅଭିଜ୍ଞସଂପନ୍ନ ବ୍ୟକ୍ତିଙ୍କ ମତାମତକୁ ନୋଟ୍‌ କରାଯାଇଛି । ଯାହାକୁ ସମୀକ୍ଷା କରାଯିବ ପରେ ପ୍ରସ୍ତୁତ ହେବ ରାଜ୍ୟ ବଜେଟ୍ । ଫୋକସରେ ରହିବ ରାଜସ୍ୱ ବୃଦ୍ଧି ପାଇଁ ପନ୍ଥା। ରାଜ୍ୟରେ ଅଭିବୃଦ୍ଧି ହାର ବଢିଥିବାରୁ ମାନ୍ଦାବସ୍ଥା ସେତେଟା ପ୍ରଭାବ ପକାଇ ନାହିଁ । ହେଲେ, ମୁଦ୍ରାସ୍ଫୀତି ଯୋଗୁ ଭବିଷ୍ୟତରେ ଏହା ରାଜ୍ୟ ରାଜକୋଷକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

Leave a Reply