୭୫ ବର୍ଷରେ ହେଲା ପ୍ରେମ,ପୁଅ କଲେ ବାହାଘର

ପ୍ରତାପଗଡ଼: କୁହାଯାଏ ପ୍ରେମର କୌଣସି ବୟସ ନାହିଁ । ଏହା କୌଣସି ବୟସରେ ଏବଂ କାହାକୁ ମଧ୍ୟ ହୋଇପାରେ । ଉତ୍ତରପ୍ରଦେଶର ପ୍ରତାପଗଡ଼ର ରାନୀଗଞ୍ଜର ପଟହଟିୟା ଗାଁରେ ଏଭଳି କିଛି ଘଟଣା ନଜର ଆସିଛି । ଏହି ଗାଁର ଅବଧ ନାରାୟଣ ଯାଦବ ନାମକ ଜଣେ ବୟସ୍କ ୭୫ ବର୍ଷରେ ବିବାହ କରିଛନ୍ତି । ୭୫ ବର୍ଷୀୟ ଅବଧ ନାରାୟଣ ସୁବଂସା ଗାଁର ୪୫ ବର୍ଷୀୟ ରାମରତିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।

ଖବର ଅନୁସାରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଧ ନାରାୟଣ ରାମରତିଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ଅବଧଙ୍କ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସେମାନେ ବିବାହ କରାଇବା କଥା ଆଲୋଚନା କଲେ । ଅବଧ ମଧ୍ୟ ବିବାହ କରିବା ପାଇଁ ରାଜି ହୋଇଗଲେ । ଏହାପରେ ପୂରା ରୀତିନୀତି ସହିତ ୨୬ ଅକ୍ଟୋବରକୁ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ।

ପ୍ରତାପଗଡ଼ରେ ବୃଦ୍ଧ ବରକୁ ଦେଖିବା ପାଇଁ ବେଶ୍‌ଭିଡ଼ ଜମିଥିଲା । ବିନା ନିମନ୍ତ୍ରଣରେ ନବ ବିବାହିତ ଦମ୍ପତ୍ତିଙ୍କୁ ଦେଖିବା ପାଇଁ ଲୋକମାନେ ପହଞ୍ଚିଥିଲେ । ତେବେ ଉକ୍ତ ବିବାହରେ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବ୍ୟାଣ୍ଡ ବାଜା ସହିତ ବରଯାତ୍ରୀ ନେଇ ପହଞ୍ଚଥିଲେ ଅବଧ ।

Leave a Reply