ମାହାଙ୍ଗା ଡବଲ ମର୍ଡର ଘଟଣାରେ ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ : ପ୍ରତାପ ଜେନା

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ  । ରାଜନୈତିକ ଉଦ୍ଦେଶ୍ୟ ରଖି ବଦନାମ କରାଯାଉଛି ବୋଲି କହିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା  । ପ୍ରତାପ କହିଛନ୍ତି, ମାମଲାରେ ମୋ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ  । ଯେଉଁମାନେ ମାମଲାରେ ସଂପୃକ୍ତ ଥିଲେ ସେମାନେ ନିଜେ ଦୋଷ ସ୍ବୀକାର କରି ସାରିଥିଲେ  ।  ବିଜେପି ନେତା ତଥା ମାହାଙ୍ଗାରେ ପରାଜିତ ହୋଇଥିବା ଶାରଦା ପ୍ରଧାନ ମିଛ ଅଭିଯୋଗ ଆଣିବା ସହିତ ଚକ୍ରାନ୍ତ କରୁଛନ୍ତି  । ବିରୋଧୀ ରାଜନୈତିକ ମଇଦାନରେ ଆମକୁ ସାମ୍ନା କରିପାରୁନାହାନ୍ତି । ମାହାଙ୍ଗାରେ ଯେଉଁ ବିକାଶ ଚାଲିଛି ସେଥିରେ ଅସହିଷ୍ଣୁ ହୋଇପଡ଼ିଛନ୍ତି  । ଏଣୁ ମୋତେ ଫସାଇବାକୁ ଏଭଳି ହୀନ ଉଦ୍ୟମ କରାଯାଉଥିବା ପ୍ରତାପ କହିଛନ୍ତି  । କୋର୍ଟରେ ମୋ ବିରୋଧରେ ତଥ୍ୟ ଦେଇଥିବା ଲୋକଙ୍କର ଏବଂ ତାଙ୍କ ନିଜର ନାର୍କୋ ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି  । ଏହାଦ୍ବାରା ସତ୍ୟାସତ୍ୟ ସାମ୍ନାକୁ ଆସିଯିବ ବୋଲି ପ୍ରତାପ କହିଛନ୍ତି  ।