ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପାନୀୟ ଜଳ ଯୋଗାଣ ନେଇ ମହାରଥିଙ୍କ ପ୍ରଶ୍ନ
1 min readଭୁବନେଶ୍ୱର : ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ । ପଞ୍ଚାୟତିରାଜ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ୨୦୨୦ ସୁଦ୍ଧା ରାଜ୍ୟର ପ୍ରତି ଘରକୁ ପାନୀୟ ଜଳ ଯୋଗାଇବାର ପ୍ରତିଶୃତି ଦେଇଥିଲେ। ସେହି ପରିପ୍ରେକ୍ଷୀରେ ପ୍ରଶ୍ନ ହୋଇଥିଲା ଯେ, ମନ୍ତ୍ରୀ ବାରମ୍ବାର ତୁରନ୍ତ କାମ କହୁଥିବା କଥାର ସଂଜ୍ଞା କଣ ? ବାକିଥିବା ୨୭୮୮୨ କେଉଁ ପଦ୍ଧତିରେ ହେବ, କେନ୍ଦ୍ର ନା ରାଜ୍ୟ ଯୋଜନାରେ ପାନୀୟ ଜଳ ଯୋଗାଇବେ ? କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ପାର ହେଲେ ଚାଲିବ ନାହିଁ ବୋଲି କହିଥିଲେ ।
ଏଥିରେ ଉତ୍ତର ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ । କହିଥିଲେ ୨୦୨୪-୨୫ ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା କଥା କହିଥିଲୁ। ଏ ନେଇ କାମ ଆରମ୍ଭ ହେଲାଣି। ୨୦୨୦ ମାର୍ଚ୍ଚ ସୁଦ୍ଧା ସହରାଞ୍ଚଳର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା କଥା କହିଥିଲୁ। ପ୍ରତି ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରୁଛନ୍ତି। ୧୭୩୭୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। କେନ୍ଦ୍ର କେବଳ ୫୪୯ କୋଟି ଟଙ୍କା ଦେଇଛି। ସେହି ଅନୁସାରେ କାମ ଚାଲିଛି । ତୁରନ୍ତ ସମାଧାନ ହେବାର ଅର୍ଥ ହେଉଛି ମରାମତି, ପୁଣି ପାଇପ ଲଗାଇବା। ଆମେ ସବୁ ମେଗା ପାନୀୟ ପ୍ରକଳ୍ପ ସହ ସଂଯୋଗ କରିବୁ ବୋଲି ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ')}