ବିକାଶ ଓ ସୁଶାସନ ସହ ନବୀନଙ୍କ ପାଇଁ ଜିତିଛି ବିଜେଡି : ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ତିର୍ତ୍ତୋଳ ଏବଂ ବାଲେଶ୍ୱର ସଦର ନିର୍ବାଚରେ ବିଜେଡିକୁ ମିଳିଛି ବିପୁଳ ସମର୍ଥନ । ବିଜେଡିର ସଫଳତାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ଗତ ନିର୍ବାଚନରେ ବାଲେଶ୍ୱର ସଦର ସିଟ ବିଜେପି ପାଖରେ ଥିଲା । ସେମାନେ ଯେତେ ଭୋଟରେ ଜିତିଥିଲେ ଆମେ ମଧ୍ୟ ସେତିକି ଭୋଟରେ ଜିତିଲୁ । ଏହି ନିର୍ବାଚନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ସେଥିପାଇଁ ଆମେ ସନ୍ତୁଷ୍ଟ । ବିଜେଡି ବାଲେଶ୍ଵରରୁ ଯାହାକୁ ପ୍ରାର୍ଥୀ କରିଥିଲା ସେ କୌଣସି ବିଧାୟକ କିମ୍ୱା ପ୍ରତିଷ୍ଠିତ ନେତା ନ ଥିଲେ । ସେ ଥିଲେ ବିଜେଡିର ଜଣେ ସାଧାରଣ କର୍ମୀ । ତାଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଥିଲା ଏବଂ ଜିତେଇଲା ।

ବିଜେଡି ଜିତିବାର ମୂଳମନ୍ତ୍ର ନବୀନ ମନ୍ତ୍ର ଓ ତା ସହିତ ବିକାଶ ଓ ସୁଶାସନ। ବିଜେପି ପ୍ରାର୍ଥୀଙ୍କ ପ୍ରତି ଅନୁକମ୍ପା ଥିଲା ଓ କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ନେତା ବିଜେପି ପାଇଁ ପ୍ରଚାର କଲେ । ବିଜେଡି ସୁପ୍ରିମୋ କେବଳ ଭରଚୁଆଲ ରାଲି କରିଥିଲେ । ତା ସତ୍ତ୍ୱେ ମଧ୍ୟ ଆମେ ଜିତିଲୁ । ଅର୍ଥବଳ ଓ ବାହୁବଳ କଥା କହୁଥିବା ବିଜେପି ମଧ୍ୟ ଖର୍ଚ୍ଚ କରିଛି । ନିର୍ବାଚନ ରେ ଭୋଟ ଧ୍ରୁବିକରଣ ହୁଏ । କଂଗ୍ରେସ ଭୋଟ ବିଜେପିକୁ ଯାଇନଥିବ ବୋଲି କଣ ମାନେ ଅଛି । ଏ ଅଭିଯୋଗର କିଛି ମାନେ ନାହିଁ।

Leave a Reply