ଅନ୍ତିମ ଯାତ୍ରାରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ମୃତ ପ୍ରଶାନ୍ତ ଶତପଥୀ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାରରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ଯାତ୍ରା । ଗାଁ ମଶାଣୀକୁ ଗଲେ ପ୍ରଶାନ୍ତ । ବାପାଙ୍କ ଅନ୍ତିମ ଯାତ୍ରାରେ ପୁଅ ଖଇ କଉଡି ପକାଇ ପକାଇ ଯାଇଥିଲେ । ଗାଁ ମଶାଣୀରେ ହେବ ଶେଷକୃତ୍ୟ ।

ଶ୍ରୀନଗରରୁ ସ୍ବତନ୍ତ୍ର ବିମାନରେ ପ୍ରଶାନ୍ତଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ଥିଲା । ସେଠାରୁ ତାଙ୍କୁ ଜନ୍ମମାଟି ବାଲେଶ୍ବର ଇସାଣୀ ଗାଁକୁ ନିଆଯାଇଥିଲା । ତିନିଦିନ ପୂର୍ବେ ପ୍ରଶାନ୍ତ ପତ୍ନୀ ଓ ପୁଅ ସହ ପହଲଗାଓଁ ବୁଲିବାକୁ ଯାଇଥିଲେ । ସେଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । ଏହି ଆକ୍ରମଣରେ ପ୍ରଶାନ୍ତଙ୍କ ସମେତ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ।