ଶୋକାକୁଳ ପରିବେଶରେ ପ୍ରଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

ନନ୍ଦିଘୋଷ ବ୍ୟୁରୋ: ଶୋକାକୁଳ ପରିବେଶରେ ଜନ୍ମମାଟି ଇସାରୀର ମଶାଣୀରେ ସମ୍ପନ୍ନ ହେଲା ପ୍ରଶାନ୍ତ ଶତପଥୀଙ୍କ ଶେଷକୃତ୍ୟ । ପହଲଗାଓଁ ଆତଙ୍କାବଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ପୂରା ଅଞ୍ଚଳ ପ୍ରଶାନ୍ତୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ପ୍ରଶାନ୍ତଙ୍କ ଶେଷ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଘରଠାରୁ ମଶାଣୀ ପର୍ଯ୍ୟନ୍ତ ଲାଗିଥିଲା ଲୋକଙ୍କ ଲମ୍ବା ଲାଇନ୍ ।
ଶ୍ରୀନଗରରୁ ସ୍ବତନ୍ତ୍ର ବିମାନରେ ପ୍ରଶାନ୍ତଙ୍କ ମୃତଦେହ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ଥିଲା । ଏହାପରେ ବାଲେଶ୍ବର ଜିଲ୍ଲା ଇସାଣୀ ଗାଁକୁ ପ୍ରଶାନ୍ତଙ୍କ ମର ଶରୀର ନିଆଯାଇଥିଲା । ପ୍ରଶାନ୍ତଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା । ଶେଷରେ ଗାଁ ମଶାରୀରେ ପ୍ରଶାନ୍ତଙ୍କ ଶେଷକୃତ୍ୟ କରାଯାଇଛି ।
ତିନିଦିନ ପୁର୍ବ ପତ୍ନୀ ଏବଂ ପୁଅକୁ ନେଇ ପ୍ରଶାନ୍ତ ଜମ୍ମୁ ଓ କାଶ୍ମୀର ବୁଲିବାକୁ ଯାଇଥିଲେ । ପହଲଗାଓଁ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାନ୍ତଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଇସାରୀ ଗାଁରେ ପହଞ୍ଚି ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାନ୍ତଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଏହାସହ ପତ୍ନୀଙ୍କୁ ଚାକିରି ଓ ପୁଅର ପାଠପଢ଼ା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।