ପ୍ରଶାନ୍ତ ନନ୍ଦଙ୍କୁ ଆଦିକବି ସାରଳା ଦାସ ସମ୍ମାନ

ଭୁବନେଶ୍ବର: ବରିଷ୍ଠ ସିନେ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ପାଇଲେ ଆଦିକବି ସାରଳା ଦାସ ସମ୍ମାନ ୨୦୨୨ ।  ଚଳଚ୍ଚିତ୍ର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ସାରଳା ଆର୍ଟ ଏକାଡେମୀ ଏବଂ ଶାରଳା ପ୍ରଡକ୍ସନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨୩ ତମ ଆଦିକବି ସାରଳା ଦାସ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ଯୁବ ନିର୍ଦ୍ଦେଶକ, ଲେଖକ, ସମାଜସେବୀ ଓ ସିନେ କଳାକାରଙ୍କୁ ମଧ୍ୟ ସାରଳା ଦାସ ସମ୍ମାନ ଓ ବାଣୀ କ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଛି । ବାଣୀ କ୍ଷେତ୍ରର ପ୍ରତିଷ୍ଠାତା ଅଶୋକ ମଲିକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଏହି ସମ୍ମାନ ପ୍ରଦାନ ଉତ୍ସବ । ଏଥିସହ ଉତ୍ସବରେ ବାଣୀ କ୍ଷେତ୍ର ପତ୍ରିକା ଉନ୍ମୋଚନ କରାଯାଇଛି ।