spot_img

Latest Posts

ମମତା ବାନାର୍ଜୀଙ୍କ ପରାମର୍ଶଦାତା ପି.କେଙ୍କ ଅଡିଓ ଭାଇରାଲ୍: ‘ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି’

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବା ସମୟରେ ରାଜନୈତିକ କୂଟନୀତଜ୍ଞ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କ ଏକ ଅଡିଓ ଭାଇରାଲ୍ ହେବାରେ ଲାଗିଛି। କ୍ଲବ ହାଉସ ନାମକ ଅଡିଓ କନଫେରନସିଂ ଆପରେ ପ୍ରଶାନ୍ତ କିଶୋର କିଛି ସାମ୍ବାଦିକଙ୍କ ସହ ପଶ୍ଚିମବଙ୍ଗ ନିର୍ବାଚନ ସମ୍ପର୍କରେ ଆଲୋଚନା କରୁଛନ୍ତି। ଯାହାକୁ ବିଜେପି ସାର୍ବଜନୀନ କରିଛି।

ବିଜେପି ଜାରି କରିଥିବା ଅଡ଼ିଓରେ ପ୍ରଶାନ୍ତ କିଶୋର କହୁଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରୁଛି। ଦଳକୁ ୪୦ ପ୍ରତିଶତ ଭୋଟ୍ ମିଳିପାରେ। ବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବେଙ୍ଗଲରେ ଭୋଟ୍ ମୋଦି ଓ ହିନ୍ଦୁଙ୍କ ନାଁରେ ରହିଛି। ଧୃବୀକରଣ, ହିନ୍ଦୀ ଭାଷା ଏବଂ ସୁପ୍ରିମକୋର୍ଟ ନିର୍ବାଚନର ପ୍ରମୁଖ ଅଂଶ ପାଲଟିଛି। ମତୁଆ ସମୁଦାୟ ବିଜେପି ପାଇଁ ଭୋଟ୍ ଦେଉଛନ୍ତି। ରାଜ୍ୟରେ ମୋଦିଙ୍କ ସପକ୍ଷରେ ମାହୋଲ ଥିବା ବେଳେ ଶାସକ ଦଳ ଟିଏମସି ବିରୋଧରେ ମାହୋଲ ରହିଛି।

ଏହି ଅଡିଓକୁ ବିଜେପି IT ସେଲ୍ ମୁଖ୍ୟ ଅମିତ୍ ମାଲବି ଟ୍ୱିଟ୍ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। ଖୋଦ୍ ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପି ଅଡିଓର ମାତ୍ର କିଛି ଅଂଶ ଦେଖାଉଛି। ସମ୍ପୂର୍ଣ୍ଣ ଅଡିଓ ସାମ୍ନାକୁ ଆସିବା ଦରକାର।

ସେପଟେ ବିଜେପି କହିଛି ଯେ ଅଡିଓରେ ଯାହା ଆଲୋଚନା ହେଉଛି ତାହା ସତ। ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବାକୁ ଯାଉଛି।

Latest Posts

Don't Miss