ପିକେଙ୍କ ପ୍ଲାନରେ ଟ୍ୱିଷ୍ଟ, ବିହାରରେ ୩ ହଜାର କିଲୋମିଟର ପଦଯାତ୍ରା କରିବେ ପ୍ରଶାନ୍ତ କିଶୋର

ପାଟଣା: ପାର୍ଟି ନୁହେଁ ପଦଯାତ୍ରା । ପିକେଙ୍କ ପ୍ଲାନ୍ରେ ଟ୍ବିଷ୍ଟ । ସକ୍ରୀୟ ରାଜନୀତିରେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ସାମିଲ ହେବା ସହ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିହାରରୁ ରାଜେନୖତିକ ଅଭିଯାନ ଆରମ୍ଭ କରିବେ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଥିବା ବେଳେ ଆଜି ପାଟଣାଠାରେ ପ୍ରେସମିଟ କରି ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଏବେ ରାଜନୈତିକ ଦଳ ଗଠନ କରିବାର କୌଣସି ଯୋଜନା ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ବିହାର ପଛରେ ଥିବାରୁ ଏଠାରେ ପରିବର୍ତ୍ତନ ଆବଶ୍ୟକ । ବିହାରରେ ରାଜନୈତିକ ପରିବର୍ତ୍ତନ ଲାଗି ୩ହଜାର କିମି ପଦଯାତ୍ରା କରିବେ ବୋଲି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି । ଆସନ୍ତା ଅକ୍ଟୋବର ୨ରୁ ଚମ୍ପରଣ ସ୍ଥିତ ଗାନ୍ଧୀ ଆଶ୍ରମରୁ ଏହି ପଦଯାତ୍ରା ବା ଜନ ସୁରଜ ଅଭିଯାନ ଆରମ୍ଭ ହେବ ।