ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସରେ ମିଶିବେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ ବରିଷ୍ଠ ନେତା କେ. ବେଣୁଗୋପାଳଙ୍କୁ  ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସର ନିର୍ବାଚନୀ ପରାଜୟ ପରେ ପ୍ରଶାନ୍ତ କିଶୋର ଦଳର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ନେତୃବୃନ୍ଦଙ୍କ ସହ ନିକଟରେ ଆଲୋଚନା ଆରମ୍ଭ କରିଥିଲେ ପ୍ରଶାନ୍ତ କିଶୋର । ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ଓ କଂଗ୍ରେସ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଏହା ବିଫଳ ହୋଇଥିଲା । ଏ ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ପ୍ରଥମେ ଫୋକସ କରିବା ଦରକାର ବୋଲି କଂଗ୍ରେସ ଚାହୁଁଥିବା ଜଣାପଡ଼ିଛି ।