ନକଲି ନମ୍ୱରରେ ଗାଡ଼ି ଚଳାଉଥିଲେ ପ୍ରଶାନ୍ତ ଜଗଦ୍ଦେବ

1 min read

ଭୁବନେଶ୍ୱର: ଫର୍ଜି ନମ୍ବର ପ୍ଲେଟ ବ୍ୟବହାର କରି ଗାଡ଼ି ଚଳାଉଥିଲେ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଉ ଏକ କଳାକାରନାମା ସାମ୍ନାକୁ ଆସିଛି । ବାଣପୁର ହିଂସାକାଣ୍ଡ ଦିନ ବିଧାୟକ ଯେଉଁ ଗାଡ଼ି ବ୍ୟବହାର କରିଥିଲେ, ତାହା ଥିଲା ଡିସ୍କୋଭରୀ । ନମ୍ବର ଥିଲା OD25K5775 । କିନ୍ତୁ ଏହି ନମ୍ବରଟି ଆଉ ଏକ କାର୍‌ର । ଏହା ଅନ୍ୟଜଣଙ୍କ ନାଁରେ ରେଜିଷ୍ଟ୍ରେସନ ହୋଇଛି ।

ତେଣୁ ବିଧାୟକ ସେହି ଗାଡ଼ିରେ ଯେଉଁ ନମ୍ବର ବ୍ୟବହାର କରିଥିଲେ ତାହା ତାଙ୍କର ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି । ସେଦିନର ଲଙ୍କାକାଣ୍ଡ ପରେ ପ୍ରଶାନ୍ତଙ୍କ SUVକୁ ପୋଲିସ ଜବତ କରି ତଦନ୍ତ ଚଳାଇଥିଲା । ଯାଞ୍ଚ ବେଳେ ଗାଡ଼ିରେ ଫର୍ଜି ନମ୍ବର ବ୍ୟବହାର ହୋଇଥିବା ଜଣାପଡିଥିଲା । ଅର୍ଥାତ ଅନ୍ୟଜଣେ ବ୍ୟକ୍ତିଙ୍କ ନମ୍ବର ପ୍ଲେଟ୍ ନିଜ ଗାଡ଼ିରେ ଲଗାଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏନେଇ ପ୍ରଶାନ୍ତଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି ପୋଲିସ । କୋର୍ଟଙ୍କୁ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯିବ ବୋଲି ଖୋର୍ଦ୍ଧା ଏସ୍‌ପି କହିଛନ୍ତି ।

Odisha MLA Prashant Jagdev, suspended by BJD for assaulting BJP leader, arrested | Latest News India - Hindustan Times

ସୂଚନା ଯୋଗ୍ୟ ଯେ, ଗାଡ଼ି ଚଢ଼ାଇଦେବା ଘଟଣାରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ । ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ବାଣପୁର କୋର୍ଟରେ ହାଜର କରିବ ପୋଲିସ । ଏଥିପାଇଁ ଖୋର୍ଦ୍ଧା ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।

ଆଜି ହି ପ୍ରଶାନ୍ତଙ୍କୁ ଜେଏମଏଫସି ବାଣପୁର କୋର୍ଟରେ ହାଜର କରାଯିବ । ତଳ କୋର୍ଟରେ ହାଜର ପରେ ତାଙ୍କୁ ଜାମିନ ମିଳିବନି ବୋଲି କହିଛନ୍ତି ଓକିଲ । ତାଙ୍କ ବିରୋଧରେ ସଂଗୀନ ଦଫା ଲାଗିଥିବାରୁ ତଳ କୋର୍ଟ ମାମଲାକୁ ଉପରକୁ ପଠାଇଦେବେ ବୋଲି ଓକିଲ କହିଛନ୍ତି । ଜାମିନ ନାମଂଜୁର ହେଲେ ପ୍ରଶାନ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯିବ ବୋଲି କହିଛନ୍ତି ଓକିଲ ।

ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନବେଳେ ଗାଡ଼ି ଚଢ଼ାଇବା ପରେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଆହତ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭିଡ଼ ଭିତରେ କାର୍ ଚଢ଼ାଇ ଲୋକଙ୍କୁ ମାରି ଦେବାକୁ ଉଦ୍ୟମ କରିଥିଲେ ବିଧାୟକ । ଏହା ପୋଲିସ୍ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ବିଧାୟକଙ୍କ ଗାଡ଼ି ଧକ୍କାରେ ୯ ପୋଲିସ କର୍ମଚାରୀ ଓ ଅନ୍ୟ ୧୫ ଜଣ ଆହତ ହୋଇଥିଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଇପିସି ଧାରା ୩୩୨, ୩୩୩, ୩୨୩, ୩୨୪, ୩୨୫, ୩୨୬, ୩୦୭ ଲାଗିଛି ।