ଶ୍ରମ ଦିବସ କମାଉଛି କେନ୍ଦ୍ର, ମନରେଗାରେ ମିଳୁନି କର୍ମନିଯୁକ୍ତି
ଭୁବନେଶ୍ୱର: ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ । ମନରେଗା ଯୋଜନାକୁ ଅବହେଳା କରିଆସୁଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସାଧାରଣ ଗରିବ ଲୋକ ଏହି ଯୋଜନାରେ କର୍ମନିଯୁକ୍ତ ହୋଇ ଦୁଇ ପଇସା ରୋଜଗାର କରିଥାନ୍ତି । କିନ୍ତୁ ଏହି ଯୋଜନାକୁ ନେଇ ମଧ୍ୟ କେନ୍ଦ୍ର ଅବହେଳା କରୁଛି । ଯଦ୍ୱାରା ଶ୍ରମିକ ମଧ୍ୟ ଶ୍ରମ ପାଇପାରୁନାହିଁ ।
ପ୍ରତ୍ୟେକ ଯୋଜନା ଭଳି ମନରେଗା ଯୋଜନାରେ ମଧ୍ୟ ଅର୍ଥ କାଟ କରିଛନ୍ତି କେନ୍ଦ୍ର ସରକାର । ଯେତିକି ଶ୍ରମ ଦିବସ ଅଛି ତାହାକୁ କେନ୍ଦ୍ର କମାଉଛି । ଏହା ବିରୋଧରେ ଓଡ଼ିଶା ପ୍ରତିବାଦ କରିଛି ଆଗକୁ ମଧ୍ୟ କରିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ।